Sunday, March 15, 2026
23.5 C
Odisha

    କଟକରୁ ଉଠିଲା ଇଣ୍ଟରନେଟ୍‌ କଟକଣା: ସ୍ବାଭାବିକ ହେଲା ଅନ୍‌ଲାଇନ୍‌ ସେବା

    ଆଗକୁ ପଢନ୍ତୁ

    ଐତିହାସିକ କଟକ ସହରରେ ଆଜି ସନ୍ଧ୍ୟାରେ ଇଣ୍ଟରନେଟ୍‌ ସେବା ଉପରେ ଲାଗିଥିବା କଟକଣା ଉଠିଛି। କଟକ ସହରରୁ ଇଣ୍ଟରନେଟ୍‌ କଟକଣା ଉଠିବା ପରେ ମୋବାଇଲ ଓ ଅନ୍‌ଲାଇନ୍‌ ଉପରେ ନିର୍ଭରକରୁଥିବା ଲୋକେ ଖୁସି ଦେଖାଯାଉଛନ୍ତି। କଟକରେ ଇଣ୍ଟରନେଟ୍‌ ସେବାକୁ ସ୍ବାଭାବିକ କରିଦିଆଯାଇଛି। ୪୮ ଘଣ୍ଟା ପରେ ଇଣ୍ଟରନେଟ୍‌ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି। ଇଣ୍ଟରନେଟ୍‌ ଉପରେ କଟକଣା ଉଠିବା ନେଇ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଗୋଷ୍ଠୀ ବିବାଦ ଘଟଣା ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଗତ ୫ ତାରିଖ ସନ୍ଧ୍ୟାରେ ବଡ଼ ପଦକ୍ଷେପ ନେଇଥିଲା। ପୁଲିସ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଥିଲା। କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟ‌ାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ଅଧୀନରେ ଥିବା କିଛି ଅଞ୍ଚଳ। ଆଜି ସକାଳୁ କର୍ଫ୍ୟୁ ଉଚ୍ଛେଦ କରାଯାଇଥିଲା। କର୍ଫ୍ୟୁ ଜାରି ସମୟରେ ଜରୁରୀକାଳୀନ ସେବାକୁ କୋହଳ କରାଯାଇଥିଲା। କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଥିଲା।
    ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ରବିବାର ଦିନ କହିଥିଲେ, ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ୨୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏମାନଙ୍କର ମଧ୍ୟରୁ ୮ ଜଣ ଗୁରୁତର ଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ପ୍ରଥମେ ବିକଳ୍ପ ଉପାୟ ନେଇଥିଲା। ମାତ୍ର ଉପଦ୍ରବକାରୀମାନେ ଅମାନିଆ ହେବାରୁ କାର୍ଯ୍ୟାନୁଷ୍ଠାନ ନେଇଥିଲା। କଟକ ସହରରେ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    60 %
    2.4kmh
    0 %
    Sat
    23 °
    Sun
    38 °
    Mon
    37 °
    Tue
    38 °
    Wed
    37 °

    ସମ୍ବନ୍ଧିତ