Thursday, October 8, 2026
22.5 C
Odisha

    ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ଦେବଗଡ଼  : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁର ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡରର ଅଭିଯୁକ୍ତ ରମେଶ ଗରିଆ (୫୨) ଆଜି ଗିରଫ ହୋଇଛି। ଅଭିଯୁକ୍ତ ଜଣକ ଗାଁ ନିକଟସ୍ଥ ଏକ ପାଣିଟାଙ୍କି ଉପରେ ଲୁଚିଥିଲା। ଖବର ପାଇ ଘଟଣା ସ୍ଥଳକୁ ପୁଲିସ୍ ଓ ଦମକଳବାହିନୀ ପହଞ୍ଚିଥିଲେ। ପାଣି ପ୍ରକଳ୍ପ ଉପରକୁ ଯାଇ ଉଦ୍ଧାର କରିଥିଲେ। ପରେ ପୁଲିସ ତାକୁ ଗିରଫ କରିଛି। ଗତ ବୁଧବାର ବିଳମ୍ବିତ ରାତିରେ ରମେଶ ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହାଣି ହତ୍ୟା କରିଥିଲା। ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ରମେଶଙ୍କ ପୁଅ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଆଜି କୁଣ୍ଢେଇଗୋଳା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ