Sunday, April 19, 2026
28.9 C
Odisha

    କିଟ୍‌ ମାମଲାରେ ଏନ୍‌ଏଚ୍‌ଆର୍‌ସିଙ୍କ ତଦନ୍ତ ନିର୍ଦ୍ଦେଶ: କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ ପକ୍ଷରୁ ବିକ୍ଷୋଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ/ ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ବର ସହ ନେଇଛନ୍ତି। ଟିମ୍‌ ଗଠନ କରି କିଟ୍‌ ବିଶ୍ବବିଦ୍ୟାଳୟ ପରିସରକୁ ଯାଇ ସରଜମିନ ତଦନ୍ତ ପାଇଁ ଡିଜି (ଅନୁସନ୍ଧାନ)ଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗଙ୍କ ଅନୁସନ୍ଧାନ ଶାଖାର ଏସ୍‌ଏସ୍‌ପି ପ୍ୟାହାର ଦୁଇ ଅଧିକାରୀ ଓ ଆଇନ ଶାଖାର ଜଣେ ଅଧିକାରୀଙ୍କୁ ନେଇ ଗଠନ ହେବାକୁ ଥିବା ଟିମ୍‌ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବେ। ମାର୍ଚ ୧୦ ସୁଦ୍ଧା ରି ପୋର୍ଟ ଦାଖଲ କରିବା ପାଇଁ ଆୟୋଗ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କଳିଙ୍ଗ ରାଇଟ୍‌ସ ଫୋରମ୍‌ ପକ୍ଷରୁ କିଟ୍‌ ବିଶ୍ବବିଦ୍ୟାଳୟ ବିରୋଧର ଅଭିଯୋଗ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପ୍ରକୃତିଙ୍କୁ ତାଙ୍କର ପୁରୁଷ ବନ୍ଧୁ ଆଦିକ ଶ୍ରୀବାସ୍ତବ ନିର୍ଯାତନା ଦେଇଥିବା ତଥା ବିଶ୍ବବିଦ୍ୟାଳୟର ଆନ୍ତର୍ଜାତିକ ସହଯୋଗ ଅଫିସ ତାଙ୍କ ଅଭିଯୋଗ ଅଣଦେଖା କରିବା ପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଛି। ଅଭିଯୋଗରେ ଆହୁରି ମଧ୍ୟ କୁହାଯାଇଛି ଯେ ନ୍ୟାୟ ପାଇଁ ପ୍ରତିବାଦ କରୁଥିବା‌ ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍‌ ଅଧିକାରୀ ଓ ସୁରକ୍ଷା କର୍ମୀଙ୍କ ଦ୍ବାରା ଧମକ, ଗାଳିଗୁଲଜ ଓ ମାର୍‌ପିଟ କରାଯାଇଥିଲା। ଏଥି ସହିତ କିଟ୍‌ ଓ କିସ୍ ଦ୍ବାରା ଆଦିବାସୀ ପିଲାଙ୍କୁ ପ୍ରତାରିତ କରିବା ସହ ସେମାନଙ୍କ ମାନବାଧିକାରକୁ ଉଲ୍ଲଂଘନ କରାଯାଇଛି। କିସ୍‌ ଓ କିଟ୍‌ ବେଆଇନ ଜମି ଅଧିଗ୍ରହଣରେ ସାମିଲ ରହିଥିବାର ଅଭିଯୋଗ କରାଯାଇଛି। ଆୟୋଗ ସଦସ୍ୟ ପ୍ରିୟଙ୍କ କାନୁନ୍‌ଗୋ କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ କଳିଙ୍ଗ ରାଇଟ୍‌ସ ଫୋରମ ପକ୍ଷରୁ ଅଭିଯୋଗ ମିଳିଥିଲା ବୋଲି ଗଣମାଧ୍ୟମକୁ ସୂଚନା ଦେବା ସହ ରିପୋର୍ଟ ଦାଖଲ ପରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆୟୋଗ ବିଚାର କରିବେ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    46 %
    0.5kmh
    100 %
    Sun
    43 °
    Mon
    44 °
    Tue
    44 °
    Wed
    43 °
    Thu
    44 °

    ସମ୍ବନ୍ଧିତ