Thursday, March 12, 2026
25.8 C
Odisha

    କେଉଁଠୁ ଆସିଲା ସୁଦର୍ଶନ ଚକ୍ର? କଣ ରହିଛି ଏହାର ରହସ୍ୟ?

    ଆଗକୁ ପଢନ୍ତୁ

    କେଉଁଠୁ ଆସିଲା ସୁଦର୍ଶନ ଚକ୍ର? କଣ ରହିଛି ଏହାର ରହସ୍ୟ?

    ଏହି କାହାଣୀରୁ ଆଜି ଆସନ୍ତୁ ଜାଣିବା କିଏ ଓ କାହିଁକି ଦେଇ ଥିଲେ ସୁଦର୍ଶନ ଚକ୍ର ଶ୍ରୀକୃଷ୍ଣ ଙ୍କୁ । ସୁଦର୍ଶନ ଚକ୍ର ଭଗବାନ ବିଷ୍ଣୁ ଙ୍କ ର ଏକ ଅମୋଘ ଅସ୍ତ୍ର ଅଟେ । ସୁଦର୍ଶନ ଚକ୍ର ଅସ୍ତ୍ରମାନଙ୍କ ମଧ୍ୟରେ ପ୍ରୟୋଗ କରାଯାଉ ଥିବା ଏମିତି ଏକ ଅସ୍ତ୍ର ଯାହାକୁ ଚଳାଇବା ପରେ ତାହା ନିଜର ଲକ୍ଷ୍ୟରେ ପହଞ୍ଚି ପୁଣି ଫେରି ଆସି ଥାଏ ଶ୍ରୀକୃଷ୍ଣଙ୍କ ହାତକୁ । ଅନେକ ଲୋକ ଙ୍କୁ ଏହାର ରହସ୍ୟ ବିଷୟରେ ଜଣା ନଥିବ ଯେ ଭଗବାନ ବିଷ୍ଣୁ ଙ୍କୁ ଏହି ସୁଦର୍ଶନ ଚକ୍ର କିଏ ଦେଇଥିଲେ? କିମ୍ବଦନ୍ତୀ ଅନୁସାରେ ଏହି ଚକ୍ର ଭଗବାନ ବିଷ୍ଣୁ ଗଡବାଲ୍ ସ୍ତିତ କମଳେସ୍ଵର ମନ୍ଦିରରେ ତପସ୍ୟା କରି ପ୍ରାପ୍ତ କରିଥିଲେ । ଏହି ଚକ୍ର ଭଗବାନ ବିଷ୍ଣୁ ଶିବଙ୍କୁ ତପସ୍ୟା କରି ପାଇଥିଲେ । ଅର୍ଥାତ ଭଗବାନ ଶିବ ଙ୍କ ଠାରୁ ମିଳି ଥିଲା । ପୁରାଣରେ ଉଲ୍ଲେଖ କରାଯାଇଛି କି ଏହି ଚକ୍ର ଦେବତା ମାନଙ୍କର ରକ୍ଷା ଏବଂ ରାକ୍ଷସ ମାନଙ୍କ ସଂହାରରେ ଅତୁଳନୀୟ ଭୂମିକା ଗ୍ରହଣ କରିଥିଲା । ତାହାଲେ ଆସନ୍ତୁ ଜାଣିବା କିପରି ଭଗବାନ ଶିବ ବରଦାନ ରେ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ଦେଇଥିଲେ।

    ଏହାର ଏକ ସୁନ୍ଦର ପୌରାଣିକ କଥା ରହିଛି । ଥରେ ଭଗବାନ ବିଷ୍ଣୁ ଶିବଙ୍କ ର ପୂଜା କରିବା ପାଇଁ ମନସ୍ଥ କଲେ। ସେଠାରେ ସେ ମଣିକର୍ଣିକା ଘାଟରେ ସ୍ନାନ କରି ଭଗବାନ ଶିବ ଙ୍କ ର ବିଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା କଲେ । ସେ ପ୍ରଭୁ ଶିବଙ୍କର ସହସ୍ର ନାମ ସ୍ତୁତି କରିବାକୁ ଲାଗିଲେ ଏବଂ ପ୍ରତ୍ୟେକ ନାମ ସହିତ ଗୋଟିଏ ପଦ୍ମ ଫୁଲ ସେ ଭଗବାନ ଶିବଙ୍କୁ ଅର୍ପଣ କଲେ । ସେତେବେଳେ ପ୍ରଭୁ ଶଙ୍କର ଭଗବାନ ବିଷ୍ଣୁଙ୍କ ଭକ୍ତିର ପରୀକ୍ଷା ନେବାକୁ ଚାହିଁଲେ । ବିଷ୍ଣୁ ଆଣିଥିବା ଏକ ହଜାର ପଦ୍ମ ଫୁଲ ମଧ୍ୟରୁ ଗୋଟିଏ ପଦ୍ମଫୁଲ ତାଙ୍କ ଅଗୋଚରରେ ଲୁଚାଇ ନେଇଗଲେ । ଶିବଙ୍କ ମାୟା ଯୋଗରୁ ବିଷ୍ଣୁ ଏକଥା ଜାଣି ପାରିଲେ ନାହିଁ । ଗୋଟିଏ ଫୁଲ କମ ହୋଇଥିବାର ଦେଖି ଭଗବାନ ବିଷ୍ଣୁ ତାକୁ ଖୋଜିବାକୁ ଲାଗିଲେ, କିନ୍ତୁ ଫୁଲ ମିଳିଲା ନାହିଁ । ସେତେବେଳେ ସେ ଭାବିଲେ ମୋର ଆଖି ପଦ୍ମଫୁଲ ଭଳି ଅଟେ ସେଥିପାଇଁ ତ ମୋତେ କମଳନୟନ ବା ପଦ୍ମଲୋଚନ ବୋଲି କୁହାଯାଇଥାଏ । ହଜିଯାଇ ଥିବା ଫୁଲ ବଦଳରେ ମୁଁ ତ ମୋର ଗୋଟିଏ ଆଖି ଅର୍ପଣ କରି ପାରିବି । ଏହିପରି ଚିନ୍ତା କରି ଭଗବାନ ବିଷ୍ଣୁ ନିଜର ଆଖି ଭଗବାନ ଶିବଙ୍କୁ ଅର୍ପଣ କରିବା ଲାଗି ପ୍ରସ୍ତୁତି ହୁଅନ୍ତେ, ତତକ୍ଷଣାତ ଶିବ ସେଠାରେ ପ୍ରକଟ ହେଲେ ଓ କହିଲେ ହେ ବିଷ୍ଣୁ ତୁମ ଭଳି ଏହି ସଂସାରରେ ମୋର ଆଉ କେହି ଭକ୍ତ ନାହାନ୍ତି । ତାଙ୍କରି ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ବର ମାଗିବାକୁ କହିଲେ । ସେତେବେଳେ ବିଷ୍ଣୁ ଅସୁର ମାନଙ୍କୁ ଶେଷ କରିବା ପାଇଁ ଏକ ଅମୋଘ ଅସ୍ତ୍ରର ବରଦାନ ମାଗିଥିଲେ । ଭଗବାନ ଶିବ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରି କହିଲେ ତିନି ଲୋକରେ ଏହାର ସମକକ୍ଷ କୌଣସି ଅସ୍ତ୍ର ହେବ ନାହିଁ । ବିଷ୍ଣୁ ସେହି ଚକ୍ର ଦ୍ବାରା ଅସୁର ମାନଙ୍କୁ ସଂହାର କରି ସ୍ଵର୍ଗଲୋକରେ ଦେବତା ମାନଙ୍କୁ ସେମାନଙ୍କ ଉପଦ୍ରବରୁ ରକ୍ଷା କରିଥିଲେ । ଏହି ସୁଦର୍ଶନ ଚକ୍ର ତାଙ୍କ ସହ ସବୁ ଦିନ ପାଇଁ ରହିଗଲା । ସେବେଠାରୁ ସେହି କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ, ବୈକୁଣ୍ଠ ଚତୁର୍ଦ୍ଦଶୀ ନାମରେ ନାମିତ ହେଲା ଏବଂ ବିଶ୍ଵାସ ରହିଛି ଯେ ଏହିଦିନ ଶିବ ଓ ବିଷ୍ଣୁଙ୍କର ପୂଜା ଅର୍ଚ୍ଚନା କରିବା ଦ୍ବାରା ବୈକୁଣ୍ଠ ଲୋକର ପ୍ରାପ୍ତି ହୋଇଥାଏ । ଯଦି ଏଇ କାହାଣୀଟି ଅପଣମାନଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚୟ କରିବେ ଓ ଶେୟାର ମଧ୍ୟ କରିବେ । ଏତିକି ଅନୁରୋଧ କରି ରହୁଛି । ଜୟ ଜଗନ୍ନାଥ ।

    Written By- ବିଜୟଲକ୍ଷ୍ମୀ 

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    18 %
    2.3kmh
    0 %
    Thu
    26 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ