Thursday, September 10, 2026
24.1 C
Odisha

    କୋରାପୁଟରୁ ଉତ୍ତରପ୍ରଦେଶ ଗଂଜେଇ ଚାଲାଣ ବେଳେ ଧରାପଡ଼ିଲେ ୨ ଭାଇ

    ଆଗକୁ ପଢନ୍ତୁ

    ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ପୁଲିସ ପକ୍ଷରୁ ଟ୍ରକ୍ ସହ ୨ କୁଇଣ୍ଟାଲ ୭୩ କିଲୋ ଗଞ୍ଜେଇ ଜବତ କରାଯିବା ସହ ଦୁଇ ଜଣକୁ ଗିରଫ କରାଯାଇଛି। ଗିରଫ ଦୁଇ ଯୁବକ ଉତ୍ତରପ୍ରଦେଶ ରାଜ୍ୟର ଫରିଜାବାଦ ଜିଲ୍ଲା ଅନ୍ତର୍ଗତ ମକରନ୍ଦପୁର ଗ୍ରାମର ଦୀପକ୍ କୁମାର (୨୭) ଓ ମନ୍ଦିପ୍ କୁମାର (୨୮)। ଏମାନେ ଦୁଇ ଭାଇ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ, ଗତକାଲି ସକାଳ ୮ଟା ବେଳେ ଦଶମନ୍ତପୁର ପଟୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ନେଇ ବୈପାରିଗୁଡା ପୁଲିସକୁ  କୈାଣସି ସୂତ୍ରରୁ ଖବର ମିଳିଥିଲା। ଏହାପରେ ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଧିରେନ ବାରିକ୍ ନେତୃତ୍ୱରେ ଏକ ଟିମ୍ ବୈପାରିଗୁଡା ଥାନା ଠାରୁ ୪ କିଲୋମିଟର ଦୂର କୁରୁଲୁଗାଡ ପୋଲ ନିକଟରେ ପେଟ୍ରୋଲିଂ ଆରମ୍ଭ କରିଥିଲେ। ଦଶମନ୍ତପୁର ପଟୁ ଆସୁଥିବା ସମସ୍ତ ଗାଡ଼ିମଟର ଅଟକାଇ ଯାଞ୍ଚ କରିଥିଲେ।

    ଗତକାଲି ସକାଳ ୮ଟା ବେଳେ ଏକ ଧଳା ରଙ୍ଗର ଟ୍ରକ୍ (ୟୁପି ୮୩ଡି ୧୨୮୭) ଆସୁଥିବା ଦେଖି ସନ୍ଦେହରେ ଅଟକାଇ ଥିଲା ପୁଲିସ। ଟ୍ରକକୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଟ୍ରକ୍ ସହ ଗଞ୍ଜେଇ ଜବତ କରିବା ସହ ଦୁଇ ଭାଇକୁ ଗିରଫ କରିଥିଲା ପୁଲିସ। ମାଜିଷ୍ଟ୍ରେଟ ଝଡେଶ୍ବର ସଉରାଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ ସେଥିରେ ୨ କୁଇଣ୍ଟାଲ ୭୩ କିଲୋ ଥିବା ଜଣାପଡ଼ିଥିଲା।

    ଏହି ଗଞ୍ଜେଇ ଉତ୍ତରପ୍ରଦେଶକୁ ଚାଲାଣ କରାଯାଉଥିବା ଜଣାପଡିଛି। ଦୁଇ ଚାଲଣକାରୀଙ୍କୁ ନେଇ ବୈପାରିଗୁଡା ପୁଲିସ ସ୍କ୍ରିନ ରି-କ୍ରିଏସନ୍ କରାଯାଇଥିଲା ଏବଂ ଗଞ୍ଜେଇର ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରାଯାଇଥିବା ତଦନ୍ତକାରୀ ଅଫିସର ଏସ୍ଆଇ କୃଷ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    96 %
    1.4kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ