Monday, September 28, 2026
27.5 C
Odisha

    କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୧୨୫ ଘର

    ଆଗକୁ ପଢନ୍ତୁ

    କୋରାପୁଟ ଜିଲାର ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୬୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି।
    ସେହିପରି ଜୟପୁର ବ୍ଲକରେ ୧୨୯.୬ ମିମି, କୁନ୍ଦ୍ରା ବ୍ଲକରେ ୬୭.୪ ମିଲିମିଟର, ନନ୍ଦପୁର ବ୍ଲକରେ ୧୩୬ ମିମି, କୋରାପୁଟ ବ୍ଲକରେ ୯୮.୨ ମିମି, ସେମିଲିଗୁଡା ବ୍ଲକରେ ୪୮ ମିମି, ବୋରିଗୁମ୍ମା ବ୍ଲକରେ ୨୧.୮ ମିମି, ଲମତାପୁଟ ବ୍ଲକରେ ୧୧୫ ମିମି, କୋଟପାଡ଼ ବ୍ଲକରେ ୫୯ ମିମି, ଲକ୍ଷ୍ମୀପୁର ବ୍ଲକରେ ୭.୧ମିମି, ଦଶମନ୍ତପୁର ବ୍ଲକରେ ୪୭ ମିମି, ପଟ୍ଟାଙ୍ଗି ବ୍ଲକରେ ୫୭ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ଜିଲାର ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକରେ ଆଦୌ ବର୍ଷା ହୋଇ ନଥିବା ଜଣାପଡ଼ିଛି। ଜିଲାରେ ପ୍ରବଳ ବର୍ଷା ଯୋଗୁ ଗତ ଦୁଇଦିନରେ ୧୨୫ ଘର ଭାଙ୍ଗିଯାଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। କୋରାପୁଟ-କାକିରିଗୁମ୍ମା ରାସ୍ତାର ବଙ୍ଗଳାଗୁଡାଠାରେ ଛୋଟ ବ୍ରିଜ ଉପରେ ବର୍ଷା ଜଳ ପ୍ରଭାହିତ ହେଉଛି। ଏନେି କୋରାପୁଟ ଲକ୍ଷ୍ମୀପୁର ମଧ୍ୟରେ ଯାତାୟାତ ଠପ୍‌ ହୋଇଛି। ବିଭିନ୍ନ ବ୍ଲକରେ ଚାଷ ଜମି ପାଣିରେ ବୁଡ଼ିଥିବାବେଳେ କିଛି ସ୍ଥାନରେ ବହୁ ଗଛ ଭାଙ୍ଗିଯାଇଛି। ଗଛ ଭାଙ୍ଗିଥିଲେ ମଧ୍ୟ ଏ ନେଇ ଚୂଡାନ୍ତ ରିପୋର୍ଟ ଆସ ିନ ଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ