Thursday, September 17, 2026
30.6 C
Odisha

    କୋରାପୁଟିଆ ଆଳୁ ପାଇଁ ନାହିଁ ବଜାର, ଶାଗ-ମାଛ ଦରରେ ବିକ୍ରି

    ଆଗକୁ ପଢନ୍ତୁ

    କୋରାପୁଟ: କୋରାପୁଟିଆ ଆଳୁ ପାଇଁ ନାହି ବଜାର। ଶାଗ-ମାଛ ଦରରେ ହାଟ, ବଜାର ଗୁଡ଼ିକରେ ହାଉଜାଉ ‌ହୋଇ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଆଳୁ ପାଇଁ ବହୁ ସମୟରେ ଓଡିଶା ଏବଂ କୋରାପୁଟ ଜିଲ୍ଲାବାସୀ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଉପରେ ନିର୍ଭର ରହୁଥିଲେ।

    କୋରାପୁଟ ଜିଲ୍ଲାରେ ଧୀରେଧୀରେ ଆଳୁ ଚାଷ ବୃଦ୍ଧି ପାଇବା ଫଳରେ ଜିଲ୍ଲାବାସୀ ନିର୍ଭର ହେବା କମିଛି। ଅପରପକ୍ଷରେ କୋରାପୁଟିଆ ଆଳୁର ନାହିଁ ନଥିବା ଚାହିଦା କୋଲକାତା, ରାଞ୍ଚି, ପାଟ୍‌ନା, ବିଶାଖାପାଟଣା, ଭୁବନେଶ୍ଵରରେ ରହିଥିଲେ ହେଁ ସେଠାକୁ ପୂର୍ବ ବର୍ଷରେ ପଠାଯାଉଥିବା ପରି ଏହି ବର୍ଷ ‌ଆଉ ପଠାଯାଇ ପାରିନି। ଏହା ସାଙ୍ଗକୁ ନିଜ ନିଜ ଅଂଚଳରେ ଦୀର୍ଘ ଦିନ ଧରି ସାଇତି ରଖିବାକୁ ଶୀତଳଭଣ୍ଡାର ନାହିଁ। ଫଳରେ ଚାଷୀ ମାନେ ସ୍ଥାନୀୟ ବଜାରରେ କମ ଦରରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି।

    ଏକଦା ହେକ୍ଟର ପିଛା ୫୦ରୁ ୬୦ କୁଇଣ୍ଟାଲ ଉତ୍ପାଦନ ହେଉଥିବା ବେଳେ ଏବେ ୧୫୦ରୁ ୧୮୦ କୁଇଣ୍ଟାଲ ପର୍ଯ୍ୟନ୍ତ ଉତ୍ପାଦନ ହୋଇପାରୁଛି। ଉପଯୁକ୍ତ ଜଳବାୟୁ, ମାଟି ଓ ବଜାର ସୁବିଧା ଥିବାରୁ ଚାଷୀମାନେ ମଧ୍ୟ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି। କୋରାପୁଟ ଜିଲ୍ଲାର କୋରାପୁଟ ଉପଖଣ୍ଡର ମାଟି ସାଧାରଣତଃ ଲାଲ୍ କିମ୍ବା ଲାଲ- ହଳଦିଆ। ଏଠାରେ ହାରାହାରି ବୃଷ୍ଟିପାତ ବାର୍ଷିକ ୧୫୬୮ମିମି ରହିଥିବା ବେଳେ ଅଧିକାଂଶ ଅଞ୍ଚଳର ମାଟି ଅମ୍ଲଯୁକ୍ତ। ଯେଉଁଠି କମ୍ ଯବକ୍ଷାରଜାନ, କମ୍ ଫସଫରସ ଓ ମଧ୍ୟମ ପଟାସ ରହିଛି। ୬୬୨ହେକ୍ଟର ଜମିରେ ଚାଷ ହୋଇଛି। ଜିଲ୍ଲାରେ ପ୍ରାୟ ୨ ହଜାରରୁ ଅଧିକ ଚାଷୀ ଆଳୁ ଚାଷ କରୁଛନ୍ତି। ଜିଲ୍ଲାର ସେମିଳିଗୁଡା, ନନ୍ଦପୁର, ପଟ୍ଟାଙ୍ଗି, ଲମତାପୁଟ, କୋରାପୁଟ ଓ ଦଶମନ୍ତପୁର ବ୍ଲକ ଅଂଚଳର ମାଟିରେ ଆଳୁଫସଲ ଭଲ ଉତ୍ପାଦନ ହେଉଛି।

    ଅପରପକ୍ଷରେ ଚାଷୀମାନେ ହାଟକୁ ଆଣି ଶାଗ ମାଛ ଦରରେ ୩୦ରୁ ୩୫କିଲୋର ଗୁଲିକୁ ୫୦୦ରୁ ୬୦୦ଟଙ୍କାରେ ବିକ୍ରି କରୁଛନ୍ତି। ବିଶେଷ ମାତ୍ରାରେ ନାମକୁ ମାତ୍ର, ମଧ୍ୟମ ଚାଷୀ ବେଶି ପରିମାଣର ଏଭଳି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ତେବେ ସବୁ ଚାଷୀଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟ କିଣା ଓ ବିକା କରିବା ପାଇଁ କୃଷି ମଣ୍ଡି ସ୍ଥାପନ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30.6 ° C
    30.6 °
    30.6 °
    69 %
    1.4kmh
    36 %
    Thu
    31 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ