Monday, October 5, 2026
24.7 C
Odisha

    କ୍ଷଣିକ ଭିତରେ ଉଜୁଡିଗଲା ସୁନାର ସଂସାର

    ଆଗକୁ ପଢନ୍ତୁ

    ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ମା’ ଏବଂ ପୁଅ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ୫୫ ନମ୍ବର ଜାତୀୟ ରାଜପଥର ନୂତନ ଓଭର୍ ବ୍ରିଜ ଅଣ୍ଡରପାସ ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକକୁ ଟ୍ରକ ଧକ୍କା ଦେବା କାରଣରୁ ମା ପୁଅଙ୍କ ଜୀବନ ଚାଲିଯାଇଥିବା ବେଳେ ବାପାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଟାଟା ଷ୍ଟିଲ କାରଖାନାରେ ରୋହିତ ରାଠୋର କାର୍ଯ୍ୟ କରନ୍ତି । ଆଜି ଅପରାହ୍ନ ସମୟରେ ବାଇକ୍ ଯୋଗେ ସ୍ତ୍ରୀ ମନିଷା ସାଓ (୩୦) ଏବଂ ଚାରି ବର୍ଷରର ପୁଅ ହରଷତ ରାଠୋର ଙ୍କୁ ନେଇ ବଅଁରପାଳ ଆଡକୁ ଆସୁଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ବାଇକ୍ ଉପରେ ଚଢାଇ ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ମନୀଷାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟବାସୀ ସଙ୍ଗେ ସଙ୍ଗେ ବାପ, ପୁଅକୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ପୁଅ ହରଷତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏପଟେ ରୋହିତଙ୍କର ଅବସ୍ଥା ଗୁରୁତର ଥିବାରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଟ୍ରକକୁ ଜବତ କରଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ