Sunday, May 31, 2026
24.9 C
Odisha

    ଖରାଦିନେ କଲରା ଖାଉଛନ୍ତି କି ? ତେବେ ଜାଣନ୍ତୁ ଏହା ଶରୀରକୁ କେତେ ଫାଇଦା ଓ କ୍ଷତି ପହଞ୍ଚାଇଥାଏ

    ଆଗକୁ ପଢନ୍ତୁ

    କଲରା ଏକ ସ୍ୱାସ୍ଥ୍ୟ ଉପଯୋଗୀ ପରିବା । ଏହାର ସ୍ୱାଦ ପିତା ହୋଇଥିବା କାରଣରୁ ଏହାକୁ ବହୁ ଲୋକେ ଖାଇବାକୁ ପସନ୍ଦ କରିନଥାଆନ୍ତି । ହେଲେ ପାଟିକୁ ସୁସ୍ୱାଦୁ ନଲାଗିଲେ ମଧ୍ୟ କଲରାର ବହୁ ଔଷଧୀୟ ଗୁଣ ରହିଛି । ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଲୋକମାନେ ସେମାନଙ୍କର ଖାଦ୍ୟ ଏବଂ ପାନୀୟରେ ମଧ୍ୟ ଅନେକ ପରିବର୍ତ୍ତନ କରିଥାନ୍ତି। ତେବେ ଏହି ଋତୁରେ ଅଧିକ ମାତ୍ରାରେ କଲରା ଖାଇବା ଠିକ୍ ନା ଏହା ଶରୀରକୁ ଅଧିକ କ୍ଷତି ପହଞ୍ଚାଇ ଥାଏ? ଆଜି ଆମେ ଆପଣଙ୍କୁ କଲରା ଖାଇବାର ସୁବିଧା ଏବଂ ଅସୁବିଧା ତଥା ଏହାର ଗୁଣ ବିଷୟରେ କହିବାକୁ ଯାଉଛୁ । ପ୍ରଥମେ ଆସନ୍ତୁ କଲରାର ଉପକାରିତା ବିଷୟରେ ଆଲୋଚନା କରିବା ।

    ଗ୍ରୀଷ୍ମ ଋତୁରେ କଲରା ଖାଇବାର ଫାଇଦା :-

    ଓଜନ ହ୍ରାସ କରିବାରେ କଲରା ସାହାଯ୍ୟକାରୀ ହୋଇଥାଏ ।

    ଦୃଷ୍ଟି ଶକ୍ତି ବଢାଇବା ପାଇଁ ଗ୍ରୀଷ୍ମ ଋତୁରେ କଲରା ଖାଇବା ଭଲ ବୋଲି କୁହାଯାଇଥାଏ।

    ମଧୁମେହ ରୋଗୀଙ୍କ ପାଇଁ ଗ୍ରୀଷ୍ମ ଋତୁରେ ପିତା ଖାଇବା ଏକ ଆରାମଦାୟକ ।

    କଲରାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ। ଯେଉଁଥିପାଇଁ ଶରୀରର ଫୁଲା ଦୂର ହୋଇଯାଏ ।

    ଚର୍ମ ସହିତ ଜଡିତ ଅନେକ ରୋଗ ମଧ୍ୟ ନିୟମିତ କଲରା ଖାଇବା ଦ୍ୱାରା ଦୂର ହୋଇପାରିବ।

    କୋଷ୍ଠକାଠିନ୍ୟ ଭଳି ରୋଗର ମୁକାବିଲା ପାଇଁ କଲରା ଉତ୍କୃଷ୍ଟ ଖାଦ୍ୟ ହୋଇଥାଏ।

    କଲରା ଖାଇଲେ ହୋଇଥାଏ ଏହି ସବୁ ଅସୁବିଧା :-

    ମଧୁମେହ ରୋଗୀ ମାନେ କଲରା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରାବା ଉଚିତ୍।

    ଯେଉଁ ମହିଳାମାନେ ନିଜ ପିଲାମାନଙ୍କୁ ସ୍ତନ୍ୟପାନ କରାଉଛନ୍ତି, ସେମାନେ କଲରା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

    ଗର୍ଭାବସ୍ଥାରେ ମଧ୍ୟ କଲରା ଖାଇବା ଉଚିତ୍ ନୁହେଁ। ଏପରି କରିବା ଦ୍ୱାରା କ୍ଷତି ହୋଇପାରେ।

    ଅନେକ ଥର କଲରା ଖାଇବା ଦ୍ୱାରା ପେଟରେ ଗ୍ୟାସ୍ ସୃଷ୍ଟି ହୁଏ ।

    ଶରୀରକୁ ଥଣ୍ଡା ରଖେ କଲରା।

    ଏବେ କଲରାର ଗୁଣ ବିଷୟରେ ଜାଣିବା। କଲରା ଖାଇବା ଦ୍ୱାରା ଶରୀର ଥଣ୍ଡା ହୋଇଥାଏ। ସେଥିପାଇଁ ଗ୍ରୀଷ୍ମ ଋତୁରେ ପିତା ପନିପରିବା ବହୁତ ଖାଆନ୍ତି । କଲରାରେ ଏପରି ଅନେକ ପୋଷକ ତତ୍ତ୍ୱ ରହିଥାଏ। ଯାହା ଆପଣଙ୍କ ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ପୋଟାସିୟମ୍, ଭିଟାମିନ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଫାଇବର ଭଳି ଜିନିଷ ଅନ୍ତର୍ଭୁକ୍ତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.9 ° C
    24.9 °
    24.9 °
    89 %
    1.6kmh
    49 %
    Sun
    37 °
    Mon
    40 °
    Tue
    40 °
    Wed
    42 °
    Thu
    43 °

    ସମ୍ବନ୍ଧିତ