ରିତେଶ ଦେଶମୁଖଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ରାଜା ଶିବାଜୀ ବକ୍ସ ଅଫିସରେ ବର୍ତ୍ତମାନ ଧମାଲ କରୁଛି । ଏହି ଐତିହାସିକ ଆକ୍ସନ ଡ୍ରାମା ଫିଲ୍ମ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ରୋଜଗାର କରି ମରାଠୀ ଫିଲ୍ମର ରେକର୍ଡ ସୃଷ୍ଟି କରିଛି । ପାଞ୍ଚ ସପ୍ତାହ ଧରି ସିନେମା ହଲରେ ଏଣ୍ଟ୍ରି କରି ବଡ଼ ସଫଳତା ହାସଲ କରିପାରିଛି ।
ରିତେଶ ଦେଶମୁଖଙ୍କ ନିର୍ଦ୍ଦେଶିତ ଏବଂ ଅଭିନୀତ ରାଜା ଶିବାଜୀର ବଜେଟ୍ ୭୫ କୋଟି ବୋଲି ରିପୋର୍ଟ କରାଯାଇଛି । ରାଜା ଶିବାଜୀ ରିଲିଜ ହେବାର ୨୯ତମ ଦିନରେ ଭାରତରେ ୩.୫ ମିଲିୟନ୍ ରୋଜଗାର କରିଥିବାବେଳେ ୨୮ତମ ଦିନରେ ୪.୫ ମିଲିୟନ୍ ରୋଜଗାର କରିଥିଲା । ରାଜା ଶିବାଜୀ ଏବେ ଦେଉଲ୍ ବନ୍ଦ ୨ ସହିତ କଡ୍ଡା ଟକ୍କର ଦେଉଛି । ଭାରତରେ ରାଜା ଶିବାଜୀ ରିଲିଜ ହେବାର ୪ ସପ୍ତାହ ମଧ୍ୟରେ ମୋଟ୍ ନେଟ୍ କଲେକ୍ସନ ୧୦୩.୧୫ କୋଟି ଟଙ୍କା ହୋଇଥିବା ଜଣାପଡିଛି । ହେଲେ ଏହାର ଟୋଟାଲ କଲେକ୍ସନ ୧୨୧.୭୧ କୋଟି ଟଙ୍କାରେ ପହଞ୍ଚିଛି । ବକ୍ସ ଅଫିସରେ ସର୍ବାଧିକ କଲେକ୍ସନ କରି ରେକର୍ଡ କରିବା ସହ ସିନେମା ହଲରେ ଧମାଲ କରୁଛି ।
ଯଦି ଏହି ଫିଲ୍ମର ଷ୍ଟାର କାଷ୍ଟ ସମ୍ପର୍କରେ କୁହାଯାଏ ତେବେ ରିତେଶ ଦେଶମୁଖ ରାଜା ଶିବାଜୀରେ ଛତ୍ରପତି ଶିବାଜୀ ମହାରାଜଙ୍କ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଅଭିଷେକ ବଚ୍ଚନ, ବିଦ୍ୟା ବାଲାନ, ମହେଶ ମାଞ୍ଜରେକର, ଜେନେଲିଆ ଡିସୁଜା ଏବଂ ବୋମାନ ଇରାନୀଙ୍କ ସମେତ ଅନ୍ୟ ଷ୍ଟାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମରେ ସଲମାନ ଖାନଙ୍କର ଏକ ସ୍ୱତନ୍ତ୍ର କ୍ୟାମିଓର ଝଲକ ଦେଖିବାକୁ ମିଳିଛି ।
