Saturday, May 30, 2026
26.9 C
Odisha

    ରିଲିଜ ହେଲା କାଲା ହରିଣ ଫିଲ୍ମର ପ୍ରଥମ ପୋଷ୍ଟର, ଜୁନ୍ ୨୦ରେ ଆସିବ ଟିଜର

    ଆଗକୁ ପଢନ୍ତୁ

    ସଲମାନ ଖାନ କୃଷ୍ଣସାର ମୃଗ ଶିକାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଯାହାକୁ ନେଇ କିଛିଦିନ ହେଲାଣି, ତାଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା । ଲଗାତାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ଧମକ ମିଳୁଛି । ସଲମାନଙ୍କ ଘର ବାହାରେ ମଧ୍ୟ ଫାୟାରିଂ ହୋଇସାରିଛି । ଏବେ ଏହାକୁ ନେଇ ଫିଲ୍ମ ତିଆରି କରାଯାଉଛି । ଉଦୟପୁର ଫାଇଲ୍ସ ତିଆରି କରିଥିବା ଅମିତ ଜାନୀ ଫିଲ୍ମର ଘୋଷଣା କରିଛନ୍ତି । ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଜାନି ଫାୟାରଫକ୍ସ ଫିଲ୍ମ ‘କାଲା ହିରଣ’ ଦ ବ୍ୟାଟେଲ ଫର ଲିଗେସୀ’ ଘୋଷଣା କରିଛନ୍ତି । ଯାହାର ପ୍ରଥମ ପୋଷ୍ଟର ସହିତ ଟିଜର ଘୋଷଣା ତାରିଖ ସାମ୍ନାକୁ ଆସିଛି ।

    ଅମିତ ଜାନି ଏକ୍ସରେ ଏକ ଟ୍ବିଟ୍ କରିଛନ୍ତି, ଯେଉଁଥିରେ ସେ ଫିଲ୍ମ ବିଷୟରେ କହିଛନ୍ତି । ‘କାଲା ହିରଣ’ ଦ ବ୍ୟାଟେଲ ଫର ଲିଗେସୀ’ର ଟିଜର ଜୁନ୍ ୨୦ ତାରିଖରେ ରିଲିଜ ହେବ । ଏହା ପ୍ରକ୍ତ ଦୁନିଆର ଆଇନଗତ ଲଢେଇ ଏବଂ ଆକ୍ସନ ଉପରେ ଦମଦାର କାହାଣୀ । ଏହି ନୂଆ ପୋଷ୍ଟରେ ଦର୍ଶକଙ୍କୁ ଅନ୍ଧାର, ରହସ୍ୟପୂର୍ଣ୍ଣ ସିନେମା ଦୁନିଆ ଦେଖିବାକୁ ମିଳିବ । ଏହାକୁ ଭାରତ ଏସ୍ ଶ୍ରୀନେଟ ନିର୍ଦ୍ଦେଶନ ଦେଉଛନ୍ତି । ଅମିତ ଜାନି ଫିଲ୍ମର ପ୍ରଯୋଜକ ରହିଛନ୍ତି । ଏହି ପୋଷ୍ଟରେ ରେଡ୍ ଏବଂ ବ୍ଲୁ କଲରର ଜଣେ ପୁରୁଷ ଦେଖିବାକୁ ମିଳୁଛନ୍ତି, ଯିଏ ସଲମାନ ଖାନଙ୍କ ଭଳି ଦେଖିବାକୁ ।

    ପୋଷ୍ଟରରେ ସବୁଠୁ ଉପରେ କୋର୍ଟଙ୍କ ଫ୍ରେମ୍ ରହିଛି । ଏହାପରେ ଅଭିନେତାଙ୍କ ହାତରେ ସ୍ନାଇପର ରାଇଫଲ ଦେଖିବାକୁ ମିଳିଛି । ଯିଏ ଶିକାର କରୁଥିବାର ନଜର ଆସିଛନ୍ତି । ଏହାର ବ୍ୟାକଗ୍ରାଉଣ୍ଡରେ ପୁରା ପୋଷ୍ଟର ଦେଖିବାକୁ ମିଳିଛି । ଫିଲ୍ମର ସୁଟିଂ ସମ୍ଭଲ, ମୁରାଦାବାଦରେ କରାଯାଇଛି । ଉତ୍ତରପ୍ରଦେଶରେ ଅନେକ ସହରରେ ମଧ୍ୟ ସୁଟିଂ କରାଯାଇଛି । ଫିଲ୍ମ ହମ୍ ସାଥ ସାଥ୍ ହୈ ର ସୁଟିଂ ସମୟରେ ସୈଫ ଅଲ୍ଲୀ ଖାନ, ତବୁ, କରିସ୍ମା କପୁର, ସୋନାଲୀ ବେନ୍ଦ୍ରେ ଏବଂ ଅନ୍ୟ ଲୋକ ଯୋଧପୁର ଆସିଥିଲେ । ଏହି ସମୟରେ କୃଷ୍ଣସାର ମୃଗ ଶିକାର ହୋଇଥିଲା । ଯାହାକୁ ନେଇ ସଲମାନ ଖାନଙ୍କ ଗିରଫ, ଜେଲ୍ ଏବଂ ଅନ୍ୟ ବାକି ଜିନିଷ ଉପରେ ଫିଲ୍ମର ନିର୍ମାଣ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    76 %
    2kmh
    99 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ