Saturday, May 30, 2026
30.2 C
Odisha

    ଖରାଦିନ ପାଇଁ ରାମବାଣ ସଦୃଶ ସପେଟା, ଏହି ସବୁ ରୋଗରୁ ଦେଇଥାଏ ମୁକ୍ତି

    ଆଗକୁ ପଢନ୍ତୁ

    ସାଧାରଣତଃ ମାର୍କେଟରେ ଅନେକ ଫଳ ମିଳିଥାଏ । କିନ୍ତୁ ସେହି ସବୁ ମଧ୍ୟରୁ କିଛି ଫଳ ଅଛି ଯାହା ଖରାଗରମ ପାଇଁ ଲାଭଦାୟୀ ହୋଇଥାଏ । କେବଳ ପାଟିକୁ ସ୍ବାଦିଷ୍ଟ ଲାଗି ନଥାଏ ବରଂ ସ୍ବାସ୍ଥ୍ୟକୁ ମଧ୍ୟ ଭଲ ରଖିବାରେ ସାହାଯ୍ୟ କରିଥାଏ । କିଛି ଫଳ ଅଛି ଯାହାକୁ ବିଶେଷ କରି ଖରାଦିନେ ଖିଆଯାଏ ।  ଯାହା ଖାଇବା ଖୁବ୍ ଫଳପ୍ରଦ ହୋଇଥାଏ । ଏହାର ସେକ ମଧ୍ୟ ଲାଭଦାୟକ  ।

    ସେହି ସବୁ ଫଳ ମଧ୍ୟରୁ ସପେଟା ହେଉଛି ଅନ୍ୟତମ । ଯାହା ଖରାଦିନେ ଖୁବ୍ ସହଜରେ ମାର୍କେଟରେ ମିଳିଯାଇଥାଏ । ଏହା ପାଟିକୁ ମିଠା ମିଠା ଲାଗିବା ସହ ସ୍ବାସ୍ଥ୍ୟ ପାଇଁ ରାମବାଣ ଭଳି କାମ କରିଥାଏ । ସାଧାରଣତଃ ପିଲାଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଏହି ଫଳ ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି । ଏଥିରେ ଥିବା ଅନେକ ତତ୍ତ୍ବ ଆମ ସ୍ବାସ୍ଥ୍ୟ ସମସ୍ୟାକୁ ଚୁଟକିରେ ଦୂର କରିବାରେ ସାହାଯ୍ୟ କରିଥାଏ । ଖାଲି ସପେଟାରେ ନୁହେଁ ବରଂ ଏହାର ଚୋପ ମଧ୍ୟ ଗୁଣକାରୀ । ଏଥିରେ ଭରପୁର ମାତ୍ରାର ଭିଟାମିନ ଏ, ବି, ସି ଏବଂ ଇ ରହିଥାଏ । ସପେଟାକୁ ପୋଷକ ତ୍ତ୍ବର ଭଣ୍ଡାର ବୋଲି କୁହାଯାଏ । କାହିଁକିନା ଏଥିରେ ଭିଟାମିନ, ମିନେରାଲ୍ସ ଏବଂ ଫାଇବର ଭଳି ପୋଷକ ତତ୍ତ୍ବର ଗୁଣ ଭରପୁର ମାତ୍ରାର ଥାଏ । ତେଣୁ ଏହାକୁ ଖରାଦିନେ ଖାଇବା ଖୁବ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଏହାକୁ ଖରାଦିନେ ଖାଇଲେ କେଉଁ ସବୁ ସମସ୍ୟା ଦୂର ହୋଇଥାଏ ସେ ସମ୍ପର୍କରେ ଜାଣିବା ।

    ଓଜନକୁ ବୃଦ୍ଧି କରେ – ଯଦି ଆପଣ ପତଳା ହେବାକୁ ନେଇ ଚିନ୍ତିତ ଅଛନ୍ତି ତେବେ ସପେଟା ଆପଣଙ୍କ ପାଇଁ ଭଲ ହେବ । ଏହା କମ୍ କ୍ୟାଲୋରୀଯୁକ୍ତ । କିନ୍ତୁ ଏଥିରେ ଥିବା ପ୍ରାକୃତିକ ଚିନି ଥାଏ । ଯାହା ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିସହ ଏହା ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ ।

    କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ – ସପେଟା କୋଷ୍ଠକାଠିନ୍ୟ ଭଳି ସମସ୍ୟା ପାଇଁ ଏକ ଭଲ ଉତ୍ସ । ଯାହାକୁ ଖାଇବା ଦ୍ବାରା ଏହି ସମସ୍ୟାକୂ ଦୂର କରିଥାଏ ।

    ଚର୍ମ ଏବଂ କେଶ ପାଇଁ ଲାଭଦାୟକ –  ସପେଟା ଚର୍ମର ଯତ୍ନ ନିଏ ଏବଂ କେଶ ବୃଦ୍ଧି କରେ। କେଶ ଝଡ଼ିବା ଭଳି ସମସ୍ୟାକୁ ରୋକି କେଶର ଘନତ୍ବ ବୃଦ୍ଧି କରେ । କେଶ ପାଇଁ ଏହା ପ୍ରଭାବଶାଳୀ । ସପେଟାରେ ମଧ୍ୟ ଭଲ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ । ତେଣୁ, ଏହା ଫ୍ରି ରାଡିକାଲ୍ସକୁ ଦୂର କରି ମୁହଁର କୁଞ୍ଚନକୁ ହ୍ରାସ କରିଥାଏ । ଯାହାଦ୍ବାରା ବାର୍ଦ୍ଧକ୍ୟତା ରୋକାଯାଇପାରିବ । ଏହା ଖାଇବା ଫଳରେ ତ୍ବଚାକୁ ଉଜ୍ବଳ କରିବା ସହ ଚର୍ମକୁ ସୁସ୍ଥ ରଖିଥାଏ ।

    ପାଚନ ଶକ୍ତି –ଖରାଦିନେ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଥାଏ । ଖରାଦିନେ ସପେଟା ଖାଇବା ଦ୍ବାରା ଅନେକ ଲାଭପ୍ରଦ ହୋଇଥାଏ । ସପେଟାରେ ଫାଇବର ଗୁଣ ଥିବାରୁ  ସଠିକ୍ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । କୋଷ୍ଠକାଠିନ୍ୟକୁ ରୋକିଥାଏ ।

    ହାଡ ମଜବୁତ – ସପେଟାରୁ କ୍ୟାଲସିୟମ, ଫସଫରସ ଏବଂ ମ୍ୟାଗ୍ନେସିୟମର ମାତ୍ରା ରହିଥାଏ । ଏହା ଖାଇବା ହାଡ ପାଇଁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ଉପଯୁକ୍ତ ପୋଷଣ ପାଇଁ ହାଡକୁ ମଜବୁତ ରଖିଥାଏ । ହାଡ ମଜବୁତ ପାଇଁ ଅନେକ ଜିନିଷ ଖାଇବା ସହିତ ସପେଟାକୁ ମଧ୍ୟ ଆଡ କରିପାରିବେ ।

    ସୁସ୍ଥ ଆଖି – ସପେଟାରେ ଭିଟାମିନ ଏ ଥିବାରୁ ଆଖିକୁ ସୁସ୍ଥ ରଖେ । ଏଥିରେ ବିଟା-କ୍ୟାରୋଟିନ ଥାଏ । ଯାହା ଦୃଷ୍ଟି ଶକ୍ତିକୁ ଭଲ ରଖିଥାଏ । ବୟସ ବୃଦ୍ଧି ହେବା ସହିତ ଆଖିର ଦୃଶକ୍ତି ଶକ୍ତିକୁ ବଜାୟ ରଖିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.2 ° C
    30.2 °
    30.2 °
    57 %
    1.5kmh
    100 %
    Sat
    41 °
    Sun
    39 °
    Mon
    38 °
    Tue
    40 °
    Wed
    42 °

    ସମ୍ବନ୍ଧିତ