Saturday, May 2, 2026
33.3 C
Odisha

    ଗତକାଲି କାଠଯୋଡ଼ିରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ: ଆଜି ମିଳିଲା ଆଉ ଏକ ମୃତଦେହ

    ଆଗକୁ ପଢନ୍ତୁ

    କଟକ : କଟକ ସିଡିଏ ସେକ୍ଟର ୧୧ ନିକଟରେ ଗତକାଲି କାଠଯୋଡ଼ିରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇଜଣ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଅନ୍ୟ ଜଣେ ନିଖୋଜ ଥିଲେ। ଆଜି ସକାଳେ ଅନ୍ୟ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ସିଡିଏସ୍ଥିତ ବୀରେନ୍ ମିତ୍ର ପାର୍କ ନିକଟକୁ ଗତକାଲି ୪ ଜଣ ଯୁବ ଇଂଜିନିୟର ଗାଧୋଇବାକୁ ଯାଇଥିଲେ। ମୃତ ଓ ନିଖୋଜ ଯୁବକ ଦ୍ବୟ ମହାରାଷ୍ଟ୍ରର ନିବାସୀ ଥିଲେ। ଏମାନେ କଟକ ଏସ୍ସିବିର ନିର୍ମାଣାଧୀନ କାମରେ ନିୟୋଜିତ ଥିଲେ। ତେଣୁ ପାଣିର ଗଭୀରତା ସଂପର୍କରେ ଅବଗତ ନଥିଲେ। ନିଖୋଜ ଯୁବକଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିବା ବେଳେ ଆଜି ମୃତଦେହ ଉଦ୍ଧାର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.3 ° C
    33.3 °
    33.3 °
    27 %
    2.3kmh
    100 %
    Sat
    34 °
    Sun
    40 °
    Mon
    40 °
    Tue
    38 °
    Wed
    37 °

    ସମ୍ବନ୍ଧିତ