Saturday, March 7, 2026
19.3 C
Odisha

    ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

    ଆଗକୁ ପଢନ୍ତୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ କୁଲେରଗୁଡ଼ା ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ଯୁବକଙ୍କ ପରିଚୟ ଜଣାପଡି ନାହଁ। କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ରହିବା ପରେ ମୃତଦେହ ଜବତ କରାଯାଇଥିଲା। ମୃତକଙ୍କ ପରିଚୟ ନ ମିଳିବାରୁ କଳାହାଣ୍ଡି ଜିଲା ଭବାନୀପାଟଣାରେ ଥିବା ଶବ ଗୃହକୁ ପଠାଯାଇଛି। ୭୨ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ରଖାଯିବ। କୌଣସି ପରିଚୟ ନ ମିଳିଲେ ବ୍ୟବଚ୍ଛେଦ ପରେ ନିୟମ ଅନୁଯାୟୀ ମୃତଦେହ ଅନ୍ତିମ ସଂସ୍କାର କରାଯିବ ବୋଲି ଆମପାଣି ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ସୂଚନା ପ୍ରଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.3 ° C
    19.3 °
    19.3 °
    95 %
    1.7kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ