Saturday, July 27, 2024
24.6 C
Odisha

    ଗୁମାସ୍ତା ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ସେ ସବୁ ଶାଳିନତାର ଭାଷା କି ? – ମୁକେଶ ମହାଲିଙ୍ଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ପରମ୍ପରା ଉଚ୍ଚକୋଟୀର ବୋଲି ଆମେ କହିଆସିଛୁ । ଓଡ଼ିଆ ଅସ୍ମିତା ଆଜି ସଙ୍କଟରେ ବୋଲି ଓଡ଼ିଶାବାସୀ ହୃଦୟଙ୍ଗମ କଲେଣି । ଓଡ଼ିଆ ଅସ୍ମିତାକୁ ଧ୍ୱଂସ କରିଦେବାରେ ନେତୃତ୍ୱ ବିଜେଡି ଦଳର ଗୁମାସ୍ତା ନେଇଛନ୍ତି ବୋଲି କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।

    ଶ୍ରୀ ମହାଲିଙ୍ଗ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ବ୍ରହ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏଠି ବିଜେପି ଚୋରଙ୍କୁ ଟିକେଟ୍ ଦେଉଛି, ଏହା କେଉଁ ଭାଷା ଥିଲା ? ଆପଣଙ୍କ ମାଲିକ ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ସେ ସବୁ ଶାଳିନତାର ଭାଷା କି ? ସଂସ୍କୃତି, ସଂସ୍କାର ଓ ପରମ୍ପରା ଆପଣଙ୍କର, ଆପଣଙ୍କ ଦଳର କିମ୍ବା ଆପଣଙ୍କ ମାଲିକ ପାଖରେ ଅଛି କି ? ପ୍ରଥମେ ନିଜକୁ ଦେଖ, ନିଜର ଆଚରଣ ଓ ଉଚ୍ଚାରଣକୁ ସଜାଡିବା ପରେ ଅନ୍ୟ ମାନଙ୍କୁ କହିବ । ବିଜେଡି ନେତାଙ୍କ ପାଠ କମ ବସ୍ତାନି ବେଶୀ । ଆପଣଙ୍କର ପିତା ସ୍ୱର୍ଗତ ଅଶୋକ ଦାସଙ୍କ ସ୍ୱଭାବରୁ ଆପଣ କେମିତି ଦୁରେଇଗଲେ ? ସ୍ୱର୍ଗତ ଅଶୋକ ଦାସ ବି ଉପରେ ରହି ଭାବୁଥିବେ, ସେ ଯେଉଁ ପିଲାକୁ ଗଢିଥିଲେ, ସେ ଆଜି କେଉଁ ଭଳି କାମରେ ନିୟୋଜିତ ଅଛି ? ଆପଣ କେବେ କ୍ରୀତଦାସ ଭୂମିକାର ଦାୟିତ୍ୱ ତୁଲାଉଛନ୍ତି ତ ଆଉ କେତେବେଳେ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ।

    ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ଆପଣ ଯେଉଁ ପାଠ ପଢାଉଛନ୍ତି, ତାହା ଦୁର୍ଭାଗ୍ୟଜନକ । ପ୍ରଣବ ଦାସଙ୍କ ଭଳି ନେତାଙ୍କ ଠାରୁ ଅବା କ’ଣ ଆଶା କରାଯାଇପାରେ ? ଓଡ଼ିଶାକୁ ଆଜି ତଳ ସ୍ତରକୁ କିଏ ନେଉଛି ? ଇଲେକ୍ଟେଡ୍ ମନ୍ତ୍ରୀମାନେ ନୋମିନେଟେଡ୍ ଲୋକ ପାଇଁ ପାଲ ବିଛାଉଛନ୍ତି ନା ନାହିଁ ? ଓଡ଼ିଶାରୁ ଏଭଳି ହୀନ ରାଜନୈତିକ ପରମ୍ପରା ଆପଣଙ୍କ ଭଳି ନେତାମାନେ ଆରମ୍ଭ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବିରଜା ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଲୋଇସିଂହା ବିଧାୟକ ଟ୍ୱିଟ୍ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ