Wednesday, October 7, 2026
31.4 C
Odisha

    ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା ୨୭,୨୮ ଓ ୨୯ ତାରିଖରେ କେନ୍ଦ୍ର ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୬/୦୫: ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଜରୁରୀ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବଂ ଏହାର ନେତୃତ୍ୱ ନେବେ ଓଡିଆ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସହିତ ଚାରି ଦ୍ୱାର ଖୋଲାଯିବ । ଓଡିଆ ଅସ୍ମିତାର ସୁରକ୍ଷା ହେବ ଆମର ପ୍ରାଥମିକତା । ରାଜ୍ୟ ବିକାଶରେ ବାଧକ ସାଜିଥିବା ଦୁର୍ନୀତିଖୋର ଓ ଭ୍ରଷ୍ଟାଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶେଷ ହୋଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ବ୍ୟାପକ ସମର୍ଥନ ମିଳିଛି । ପ୍ରଥମ ୩ଟି ପର୍ଯ୍ୟାୟ ନିର୍ବାଚନରେ ଉଭୟ ବିଧାନସଭା ଏବଂ ଲୋକସଭା ଆସନରେ ବିଜେପି ବୃହତ ବିଜୟ ଲାଭ କରିବ । ଆସନ୍ତା ଜୁନ ୧ ତାରିଖ ଦିନ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

    ପ୍ରଚାର ପ୍ରସାରକୁ ଶାଣିତ କରିବା ପାଇଁ ଏବଂ ମୋଦି ଗ୍ୟାରେଂଟିର ଲାଭକୁ ଘରେ ଘରେ ପହଂଚଇବା ଉଦ୍ଦେଶ୍ୟରେ ଆସନ୍ତା ୨୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୨୯ ତାରିଖ ମଧ୍ୟାହ୍ନ ୧୨.୩୦ରେ ବାରିପଦାର ଛଉପଡିଆ, ଅପରାହ୍ନ ୨ ଟାରେ ବାଲେଶ୍ୱରର ରେମୁଣାସ୍ଥିତ ନରହରି ପଡିଆ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡାର ବରୁଆ ପଡିଆଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।
    ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା ୨୮ ତାରିଖ ଦିନ ପୂର୍ବାହ୍ନ ୧୦.୪୫ରେ ଚାନ୍ଦବାଲିଠାରେ, ମଧ୍ୟାହ୍ନ ୧୨.୩୦ରେ କୋରେଇ ନିର୍ବାଚନମଣ୍ଡଳୀର ପାଣିକୋଇଲିଠାରେ ଏବଂ ଅପରାହ୍ନ ୩ଟାରେ ନିମାପଡାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।
    ଆସନ୍ତା କାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା । ଶ୍ରୀ ବିଶ୍ୱଶର୍ମା ଆସନ୍ତା କାଲି ୨୭ ତାରିଖ ଦିନ ପୂର୍ବାହ୍ନ ୧୧.୧୫ରେ ଭଦ୍ରକ (ଇଚ୍ଛାପୁର ଡଙ୍ଗୁଆସାହି ପଡିଆ), ମଧ୍ୟାହ୍ନ ୧୨.୪୫ରେ ବିଂଝାରପୁରଠାରେ, ଅପରାହ୍ନ ୨.୩୦ରେ ପାଟକୁରା ଏବଂ ଅପରାହ୍ନ ୪ଟାରେ କାକଟପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ସେହିପରି ୨୮ ତାରିଖ ଦିନ ଶ୍ରୀ ବିଶ୍ୱଶର୍ମା ପୂର୍ବାହ୍ନ ୧୦.୩୦ରେ ରାଇରଙ୍ଗପୁରଠାରେ ଅନୁଷ୍ଠିତ ରୋଡ ସୋ ରେ ଯୋଗ ଦେବେ । ଏହା ପରେ ଶ୍ରୀ ବିଶ୍ୱଶର୍ମା ମୋରଡା ନିର୍ବାଚନମଣ୍ଡଳୀର ସୁଳିଆପଦା, ଅପରାହ୍ନ ୨.୧୫ରେ ସୋରର ରଘୁନାଥପୁର, ଅପରାହ୍ନ ୪ଟାରେ ଜଗତସିଂହପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।
    କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ୨୭ତାରିଖ ଦିନ ପୂର୍ବାହ୍ନ ୯.୩୦ରେ ବଡସାହିର ତାଲପଡା, ପୂର୍ବାହ୍ଣ ୧୦.୪୫ରେ ନୀଳଗିରି, ପୂର୍ବାହ୍ଣ ୧୧.୪୫ରେ ସିମୁଳିଆ, ମଧ୍ୟାହ୍ଣରେ ୧ଟାରେ ବରୀ, ଅପରାହ୍ଣ ୩ଟାରେ ଧାମନଗର, ଅପରାହ୍ଣ ୪.୧୫ରେ ବାଲେଶ୍ୱରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହା ପରେ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବାଲେଶ୍ୱର ସହରରେ ଅନୁଷ୍ଠିତ ବିଶାଳ ରୋଡ ସୋରେ ଯୋଗ ଦେବେ ।
    ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା କାଲି ୨୭ତାରିଖ ଦିନ ଅପରାହ୍ଣ ୩.୩୦ରେ ଭଦ୍ରକର ବାସୁଦେବପୁର, ସନ୍ଧ୍ୟା ୬ଟାରେ ସୋର ନିର୍ବାଚନ ମଣ୍ଡଳୀର ବାହାନଗାଠାରେ ଅନୁଷ୍ଠିତ ବିଶାଳ ରୋଡ ସୋରେ ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ୨୮ତାରିଖ ଦିନ ପୂର୍ବାହ୍ଣ ୧୦.୩୦ରେ ମହାକାଳପଡାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ସହିତ ଅପରାହ୍ଣ ୪ଟାରେ ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡିଠାରେ ଅନୁଷ୍ଠିତ ବିଶାଳ ରୋଡ ସୋରେ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ