Wednesday, September 16, 2026
30.2 C
Odisha

    ଗୃହ ବିଭାଗ ଦେବାକୁ ମନାକଲା ବିଜେପି, କଣ କରିବେ ସିନ୍ଦେ

    ଆଗକୁ ପଢନ୍ତୁ

    ଶିବ ସେନା ମୁଖ୍ୟ ଏକନାଥ ସିେନ୍ଦଙ୍କୁ ନେଇ ୧୫ ଦିନ ଧରି ମହାରାଷ୍ଟ୍ର ରାଜନୀତି ଉଠିଲାପଡ଼ିଲା। ନିର୍ବାଚନରେ ବିପୁଳ ବହୁମତ ସତ୍ତ୍ବେ ସରକାର ଗଠନ କରିବାକୁ ୧୦ ଦିନ ଲାଗିଲା। କେବଳ ଏକନାଥ ସିନ୍ଦେଙ୍କ ପାଇଁ ସରକାର ଗଠନ ଅଟକିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ସିନ୍ଦେ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିବାକୁ ପ୍ରସ୍ତୁତ ନଥିଲେ। ବିଜେପି ନେତାଙ୍କ ପ୍ରବଳ ଚାପରେ ୌସ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିଯାଇଥିଲେ ମଧ୍ୟ ଗୃହ ବିଭାଗ ନିଜ ହାତରେ ରଖିବାକୁ ଜିଦ୍ ଧରିଲେ। ଏଭଳି କିଛି ପ୍ରତିଶ୍ରୁତି ମିଳିବା ପରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। କିନ୍ତୁ ବିଜେପି ଏବେ ରୋକଠୋକ ଭାବେ ଜଣାଇଦେଇଛି ଯେ ସିନ୍ଦେଙ୍କୁ କୌଣସି ପରିସ୍ଥିତିରେ ଗୃହ ବିଭାଗ ମିଳିବ ନାହିଁ। ଏହା ଶୁଣିବା ପରେ ଅକଳରେ ପଡ଼ିଯାଇଛନ୍ତି ସିନ୍ଦେ। ଏହା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସେ ଯେକୌଣସି ମୁହୂର୍ତ୍ତରେ ଅପ୍ରୀତିକାର ନିଷ୍ପତ୍ତି ନେଇପାରନ୍ତି।
    ବିଜେପି ପକ୍ଷରୁ ସିନ୍ଦେଙ୍କୁ ଜଣାଇ ଦିଆଯାଇଛି ଯେ ବିଜେପିକୁ ସର୍ବାଧିକ ଆସନ ମିଳିଛି। ପୁଣି ବିଜେପି ନେତା ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ହାତରେ ହିଁ ରହିବ ଗୃହ ବିଭାଗ। ଏଥିରୁ ବିଜେପି ଓହରିବ ନାହିଁ। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ସିନ୍ଦେଙ୍କୁ ତିନିଟି ବିଭାଗର ବିକଳ୍ପ ଦିଆଯାଇଛି। ଏହି ତିନିଟି ବିଭାଗ େହଲା ରାଜସ୍ବ, ନଗର ଉନ୍ନୟନ ଏବଂ ପୂର୍ତ୍ତ ବିଭାଗ। ସେଥିମଧ୍ୟରୁ ସେ ଗୋଟିଏ ବାଛନ୍ତୁ। ଏହାସହିତ ତାଙ୍କୁ ଜଣାଇ ଦିଆଯାଇଛି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଏନ୍‌ସିପି ନେତା ଅଜିତ ପାୱାରଙ୍କୁ ଅର୍ଥ ଏବଂ ଯୋଜନା ବିଭାଗ ଦିଆଯିବ। ତେଣୁ ଅଜିତଙ୍କ ବିଭାଗ ଉପରେ ଆଖି ନପକାଇବା ଲାଗି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.2 ° C
    30.2 °
    30.2 °
    68 %
    1.2kmh
    57 %
    Wed
    30 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ