Tuesday, September 15, 2026
31 C
Odisha

    ଘରେ ସୁଖଶାନ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଅନେକ ସମୟରେ ଦେଖାଯାଏ, କିଛି ବିଶେଷ କାରଣ ନଥାଇ ବି ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ, ସମ୍ପର୍କରେ ଫାଟ ସୃଷ୍ଟହୁଏ। ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଅନୁଭବ ହୁଏ। ଏ କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା ସନ୍ଦେହ କରାଯାଏ। ତେଣୁ ଏଭଳି ସମସ୍ୟାରୁ କିପରି ମୁକ୍ତି ପାଇହେବ, ସେ ନେଇ ବାସ୍ତୁଶାସ୍ତ୍ରରେ କିଛିଟା ଉପାୟ କୁହାଯାଇଛି; ଯାହାକୁ ଆପଣାଇଲେ ମନକୁ ବେଶ୍‌ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଯଥା:-

    * ପ୍ରତି ଗୁରୁବାର ଦିନ ତୁଳସୀ ଚଉରାରେ କିଛି କ୍ଷୀର ଢାଳିଲେ ଘରେ ଅଯଥାରେ କଳହ ଲାଗେ ନାହିଁ ବୋଲି ବିଶ୍ୱାସ ରହିଛି।

    * ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜୀମା ଭରା ଚିତ୍ର ଲଗାଇବା ଦ୍ୱାରା ମଧ୍ୟ ଘରେ ସକାରାତ୍ମକ ଊର୍ଜା ଉତ୍ପନ ହୋଇ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ରହିଛି।

    * ଘରର ଡ୍ରଇଁ ରୁମ୍‌ରେ ସନ୍ଥ ମହାତ୍ମାଙ୍କ ଆଶୀର୍ବାଦ ଭଙ୍ଗୀର ଫଟୋ ଲଗାଇବା ବି ଘର ପାଇଁ ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

    * ଘରର ଉତ୍ତର ଦିଗରେ ତୁଳସୀ ଗଛ କିମ୍ବା ଅଁଳା ଗଛ ଲଗାଇଲେ ପରିବାରର ମଙ୍ଗଳ ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ ବୋଲି ଲୋକବିଶ୍ୱାସ ରହିଛି।

    * ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜଳାଇଲେ ମଧ୍ୟ ଘରେ ସୁଖଶାନ୍ତି ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    61 %
    1.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    25 °
    Sat
    31 °

    ସମ୍ବନ୍ଧିତ