Friday, May 1, 2026
24.6 C
Odisha

    ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୪ଡ଼ିଗ୍ରୀ ଛୁଇଁଲା ପାରଦ, ବୌଦ୍ଧ ସବୁଠୁ ଉତ୍ତପ୍ତ

    ଆଗକୁ ପଢନ୍ତୁ

    ସାରା ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି। ଅସହ୍ୟ ତାତି ଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି। ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। ଦିନତମାମ ଟାଣ ଖରାରେ ଭାଜି ହେଉଥିବା ଲୋକେ ରାତିରେ ବି ତାତିରୁ ନିସ୍ତାର ପାଉ ନାହାନ୍ତି। ଅନ୍ୟପଟେ ଏଭଳି ସ୍ଥିତି ଆସନ୍ତାକାଲି ମଧ୍ୟ ରହିବ। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। କାଳବୈଶାଖୀ ପ୍ରଭାବରୁ ତାପମାତ୍ରା ଟିକେ ହ୍ରାସ ପାଇପାରେ। କିନ୍ତୁ ୨୫ ତାରିଖରୁ ପୁଣି ବଢ଼ିବ ପାରଦ। ଆଜି ତାତି ସବୁ ରେକର୍ଡ ଭାଙ୍ଗି ଦେଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୪୪ ଡ଼ିଗ୍ରୀ ଛୁଇଁଯାଇଛି। ୪୪.୩ ଡିଗ୍ରୀ ସହ ଆଜି ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଥିବା ବେଳେ ୪୪.୨ ଡିଗ୍ରୀ ସହ ବାରିପଦାର ତାପମାତ୍ରା ଦ୍ୱିତୀୟ ସର୍ବାଧିକ ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୩୨ ସହରରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୧୦ ସହରରେ ୪୩ ଡ଼ିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.6 ° C
    24.6 °
    24.6 °
    70 %
    0.9kmh
    43 %
    Fri
    38 °
    Sat
    41 °
    Sun
    42 °
    Mon
    39 °
    Tue
    35 °

    ସମ୍ବନ୍ଧିତ