Sunday, November 1, 2026
28.1 C
Odisha

    ଆସନ୍ତାକାଲି ରାୟଗଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

    ଆଗକୁ ପଢନ୍ତୁ

    ରାୟଗଡ଼ା : ଆସନ୍ତାକାଲି ରାୟଗଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର ସମାରୋହରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ଏବଂ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତି ରହିବେ । କାର୍ଯ୍ୟକ୍ରମରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର କରାଯିବ ।

    ରାୟଗଡା ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ ହେବ । ଏଥି ପାଇଁ ୫୬୨କୋଟି ଟଙ୍କା ବ୍ୟୟ ହେବ । ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଜନବସତିକୁ ଯୋଗାଯୋଗ ହୋଇପାରିବ ବୋଲି କୁହାଯାଇଛି । ସେହିପରି ଜିଲ୍ଲାରେ ନୂତନ ଭାବରେ ୫୫୨ କିମି ନୂତନ ରାସ୍ତା ନିର୍ମାଣ ହେବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ରେ ରାୟଗଡ଼ା ଜିଲ୍ଲାରେ ଓଡିଶାର ସର୍ବାଧିକ ପ୍ରକଳ୍ପ ରହିଛ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.1 ° C
    28.1 °
    28.1 °
    73 %
    1.6kmh
    67 %
    Sun
    27 °
    Mon
    26 °
    Tue
    28 °
    Wed
    26 °
    Thu
    27 °

    ସମ୍ବନ୍ଧିତ