Wednesday, March 11, 2026
21.6 C
Odisha

    ଚାଲିଗଲେ ପୂର୍ବତନ ବିଧାୟକ ଧନେଶ୍ବର ମାଝୀ

    ଆଗକୁ ପଢନ୍ତୁ

    କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ଧନେଶ୍ୱର ମାଝୀ (୮୩)ବର୍ଷରେ ବୁଧବାର ପରଲୋକ ହୋଇଯାଇଛି। ମଙ୍ଗଳବାର ରାତିରେ ତାଙ୍କ ନିଜ ବାସଭବନରେ ଛାତିରେ ଯାନ୍ତ୍ରଣା ହୋଇଥିଲା। ବୁଧବାର ସକାଳେ ତାଙ୍କ ଦୁଇ ପୁତୁରା ସହ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
    କେସିଙ୍ଗାସ୍ଥିତ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ତିନି ଥର ବିଧାୟକ ରହି ସରିଥିବାବେଳେ ରାଜ୍ୟ ସଭାକୁ ମଧ୍ୟ ମନୋନୀତ ହୋଇଥିଲେ। ତାଙ୍କ ପରଲୋକ ଖବର ଜଣାପଡିବା ପରେ ଜିଲାରେ ଶୋକର ଛାୟା ଖେଳିଯାଇଛି।
    ଏହି ଦୁଃଖଦ ଘଟଣା ଶୁଣିବା ପରେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଯୁବ ସମାଜସେବୀ ଶିଲୁ ପଡିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଦୁଃଖ ପ୍ରକାଶ କରଛନ୍ତି। ବର୍ତ୍ତମାନ ଧନେଶ୍ୱରଙ୍କ ଅନ୍ତିମ ସଂସ୍କାର ପାଇଁ ନିଜ ଗ୍ରାମକୁ ନିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    65 %
    1.2kmh
    0 %
    Wed
    37 °
    Thu
    37 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ