Saturday, July 19, 2025
24.9 C
Odisha

    ଯବାନଙ୍କୁ ଅପହରଣ ପରେ ହତ୍ୟା । ଆଜି ମିଳିଲା ମୃତଦେହ

    ଆଗକୁ ପଢନ୍ତୁ

    ଘଞ୍ଚ ଜଙ୍ଗଲରୁ ମିଳିଲା ଭାରତୀୟ ଯବାନଙ୍କ ମୃତଶରୀର । ଯବାନଙ୍କ ନାଁ ହିଲାଲ ଅହମଦ ଭଟ୍ଟ । ଗତକାଲି ଜାମ୍ମୁ-କାଶ୍ମୀରରେ ଯବାନଙ୍କୁ ଅପହରଣ କରିଥିଲେ ଆତଙ୍କବାଦୀ । ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ । ଜଣେ ଯବାନ କୌଶଳକ୍ରମେ ଖସି ପଳାଇବାରେ ସଫଳ ହୋଇଥିବାବେଳେ ଅନ୍ୟଜଣଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। । ଯବାନଙ୍କୁ ଉଦ୍ଧାର କରିବା ପାଇଁ ୨୪ ଘଣ୍ଟା ଧରି ସେନାର ସର୍ଚ୍ଚ ଅପରେସନ୍  ଚାଲିଥିଲା ।

    ୨୦୨୦ରେ ସମାନ ଢଙ୍ଗରେ ଜଣେ ଟେରିଟୋରିଆଲ ଆର୍ମୀ ଯବାନଙ୍କୁ ଅପହରଣ କରି  ନେଇଥିଲେ ଆତଙ୍କୀ । ଘଟଣାର ୫ ଦିନ ପରେ ପରିବାର ଲୋକଙ୍କୁ ଯବାନଙ୍କ ପୋଷାକ ମିଳିଥିଲା । ଏକ ବର୍ଷ ପରେ ମିଳିଥିଲା ଉକ୍ତ ଯବାନଙ୍କ ମୃତଦେହ । ଏବେ ସେହିପରି ଭାବେ ଯବାନଙ୍କୁ ଉଠାଇ ନେଇଥିଲେ ଆତଙ୍କୀ । ଗତ କିଛି ଦିନ ହେବ ଆତଙ୍କୀ ନିପାତ ଅଭିଯାନ ଚଳାଇଛି ଭାରତୀୟ ସେନା । ଖୋଜି ଖୋଜି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଉଛି । ୫ ଦିନ ତଳେ କୁପୱାଡା ଜିଲ୍ଲାରେ ସେନାର ସର୍ଚ୍ଚ ଅପରେସନ୍‌ ବେଳେ ନିପାତ ହୋଇଥିଲେ ୨ ଆତଙ୍କବାଦୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    90 %
    0.5kmh
    87 %
    Sat
    33 °
    Sun
    31 °
    Mon
    33 °
    Tue
    32 °
    Wed
    29 °

    ସମ୍ବନ୍ଧିତ