Tuesday, May 26, 2026
28.7 C
Odisha

    ଚିଲିକାରେ ଡଲଫିନ ଗଣନା ଆରମ୍ଭ, ୩ ଦିନ ଧରି ଚାଲିବ

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି: ଚିଲିକାରେ ଵିରଳ ପ୍ରଜାତି ଇରାୱାଡି ଡଲଫିନ ଗଣନା ଆରମ୍ଭ ହୋଇଛି। ସମଗ୍ର ଚିଲିକାକୁ ୩ଟି  ଜୋନରେ ଭାଗ କରାଯାଇ ଗଣନା କରାଯାଉଛି। ସର୍ଦନ, ନର୍ଦନ ଏବଂ ସେଣ୍ଟ୍ରାଲ ଜୋନ ଏହି ୩ଟି ଜୋନ ରେ ମୋଟ ୧୮ଟି ଟିମ ଗଣନାରେ ସାମିଲ ହୋଇଛନ୍ତି। ପ୍ରତି ଟିମରେ ୫ଜଣ ସଦସ୍ୟ ଅଛନ୍ତି। ମୋଟ ୯୦ଜଣ ଗଣନାକାରୀ ସାମିଲ ହୋଇଛନ୍ତି।

    ସାତପଡା, ବାଲୁଗାଁ, ଟାଙ୍ଗୀ, କୃଷ୍ଣପ୍ରସାଦ ଏବଂ ରମ୍ଭା ରେଞ୍ଜରେ ଏହି ଗଣନା ଚାଲିଛି। ସାତପଡା ରେଞ୍ଜରେ ୮ଟି ଟିମ ଗଣନା କରୁଥିବା ବେଳେ ଅନ୍ୟ ରେଞ୍ଜରେ ୧୦ଟି ଟିମ ଗଣନା କରୁଛି। ସକାଳ ୬ଟାରୁ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ।
    ଗତ ବର୍ଷ ଚିଲିକାରେ ୧୫୮ଟି ଡଲଫିନ ଗଣନା ବେଳେ ଜଣା ପଡ଼ିଥିଲା। ଚଳିତ ବର୍ଷ ଗଣନା ବେଳେ ସଂଖ୍ୟା ଉପରେ ସମସ୍ତଙ୍କ ନଜର ରହିଛି। ବିଶ୍ଵରେ କେତକ ହାତଗଣତି ଦେଶରେ ଇରାୱାଡି ଡଲଫିନ ଦେଖା ଯାଇଥାନ୍ତି। ସେଥିମଧ୍ୟରୁ ଚିଲିକାରେ ସବୁଠାରୁ ଅଧିକ ଡଲଫିନ ଦେଖିବାକୁ ମିଳନ୍ତି। ଗତ କିଛି ବର୍ଷ ହେଲା ଏମାନଙ୍କ ସଂଖ୍ୟା କମୁଥିବାରୁ ଚିନ୍ତା ପ୍ରକାଶ ପାଇଛି। ଆଜିର ଗଣନାରେ ବନ ବିଭାଗ, ସିଡିଏ, ସ୍ୱେଚ୍ଛାସେବୀ, ଡଲଫିନ ବିଶେଷଜ୍ଞ, ଛାତ୍ରୀଛାତ୍ର ଏବଂ ମୋଟର ବୋଟ ସଂଘ କର୍ମଚାରୀ ସାମିଲ ହୋଇଛନ୍ତି। ଗତକାଲି ଏନେଇ ସାତପଡା ସିଡିଏରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

    ତିନି ଦିନ ଧରି ଗଣନା ହେବ ଗଣନା ବେଳେ ଚିଲିକାରେ ସକାଳ ୬ଟା ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭସାପୋଲ ଓ ଡଙ୍ଗା ଚଳାଚଳ ବନ୍ଦ ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.7 ° C
    28.7 °
    28.7 °
    45 %
    1.7kmh
    55 %
    Tue
    45 °
    Wed
    45 °
    Thu
    46 °
    Fri
    45 °
    Sat
    41 °

    ସମ୍ବନ୍ଧିତ