Friday, September 18, 2026
24.4 C
Odisha

    ଚିଲିକାରେ ପୁଣି ଫସିଲା ଭସାପୋଲ; ଯାତ୍ରୀ ଭୟଭୀତ

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି: ଚିଲିକା ହ୍ରଦରେ ପୁଣି ଅଘଟଣ ଘଟିଛି। ମଝି ଚିଲିକାରେ ଯାତ୍ରୀବାହୀ ଭସାପୋଲ ଅଟକିଯାଇଛି। ପୁରୀ ଜିଲ୍ଲା ସାତପଡ଼ା ନିକଟ ଚିଲିକାରେ ଯାତ୍ରୀବାହୀ ଭସାପୋଲ ଅଟକିଛି। ଫ‌ଳରେ ଯାତ୍ରୀମାନେ ଭୟଭୀତ ହୋଇଛନ୍ତି। କିନ୍ତୁ ସମସ୍ତେ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ ଭସାପୋଲଟି ସାତପଡ଼ାରୁ ଜହ୍ନିକୁଦା ଆଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ପ୍ରାୟ ୧ ଘଣ୍ଟା ଧରି ଏହା ଚିଲିକା ମଝିରେ ଫସିରହିଥିଲା। ଭସାପୋଲରେ ଗୋଟିଏ ଯାତ୍ରୀବାହୀ ବସ୍, ୨ଟି ୪ଚକିଆ ଯାନ, ୧୦ଟି ବାଇକ୍‌ ସହ ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ରିପୋର୍ଟ ନେବାରୁ ଜଣାପଡ଼ିଛି ଯେ, ଯାତ୍ରୀମାନେ ଭୟଭୀତ ଅଛନ୍ତି। କିନ୍ତୁ ସମସ୍ତେ ସୁରକ୍ଷିତ ଅଛନ୍ତି। ତେବେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ସାତପଡ଼ାରୁ ଅନ୍ୟ ଭସାପୋଲ, ଜେସିବି, ଏସ୍କାଭେଟର ଯିବା ପରେ ଭସାପୋଲକୁ ଉଦ୍ଧାର କରାଯିବ। ସୂଚନାଯୋଗ୍ୟ ଚିଲିକାରେ ଭସାପୋଲ ଫସିବା ନୂଆ କଥା ନୁହେଁ। ପ୍ରାୟ ପ୍ରତିମାସରେ ଏଭଳି ଅଘଟଣ ଦେଖିବାକୁ ମିଳୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    88 %
    1.1kmh
    99 %
    Fri
    31 °
    Sat
    31 °
    Sun
    31 °
    Mon
    31 °
    Tue
    29 °

    ସମ୍ବନ୍ଧିତ