Monday, September 14, 2026
24 C
Odisha

    ଚେନାବ ସେତୁରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିଶ୍ଵର ସର୍ବୋଚ୍ଚ ରେଳ ପୋଲ ଚେନାବ ସେତୁ ଉପରେ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ। ଆଜି ଭାରତୀୟ ରେଲୱେ ପକ୍ଷରୁ ଜାମ୍ମୁ-କାଶ୍ମୀରର ଚେନାବ ସେତୁ ଉପରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍‌ ବା ପରୀକ୍ଷାମୂଳକ ଚଳାଚଳ ଆରମ୍ଭ କରାଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରାରୁ ଶ୍ରୀନଗର ପର୍ଯ୍ୟନ୍ତ ଟ୍ରେନ ଚାଲିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଟ୍ରେନ ଅଞ୍ଜି ଖାଡ଼ି ବ୍ରିଜ ଦେଇ ମଧ୍ୟ ଚଳାଚଳ କରିବ। ଅଞ୍ଜି ଖାଡି ହେଉଛି ଭାରତର ପ୍ରଥମ ଝୁଲା ରେଳ ସେତୁ। ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ଲାଗି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିଛି। ଅଞ୍ଚଳର ଥଣ୍ଡା ଜଳବାୟୁକୁ ଦୃଷ୍ଟିରେ ରଖି ଟ୍ରେନର ଡିଜାଇନ ପ୍ରସ୍ତୁତ ହୋଇଛି। ଏହି ସେତୁ ଚେନାବ ନଦୀ ଉପରେ ନିର୍ମାଣ କରାଯାଇଛି। ଭୂପୃଷ୍ଠରୁ ଏହା ୧୧୭୮ ଫୁଟ ଉଚ୍ଚତାରେ ରହିଛି। ବିଶ୍ଵର ଏହା ଉଚ୍ଚତମ ରେଳ ସେତୁ। ଏହି ସେତୁରେ ଟ୍ରେନ ଚଳାଚଳ ହେବା ଫଳରେ ଏଣିକି ଜାମ୍ମୁରୁ ଶ୍ରୀନଗର ପହଞ୍ଚିବାକୁ ମାତ୍ର ସା​‌ଢ଼େ ୩ ଘଣ୍ଟା ସମୟ ଲାଗିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    94 %
    1.1kmh
    65 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ