Sunday, April 19, 2026
28.9 C
Odisha

    ଚୈତ୍ର ନବରାତ୍ରୀର କଣ ବିଶେଷତା ଏବଂ କଣ ଖାଇବା ଜରୁରୀ ଓ ନିୟମ କଣ ରହିଛି

    ଆଗକୁ ପଢନ୍ତୁ

    ଚୈତ୍ର ନବରାତ୍ରି ପାଳନ କରିବା ବେଳେ କିଛିଟା ବିଶେଷ ନିୟମ ରହିଛି , ନବରାତ୍ରି ପାଳନ କରିବା ପଛରେ ଆଧ୍ୟାତ୍ମିକ ଇଛା ପୂର୍ତ୍ତି , ସିଦ୍ଧି , ମୋକ୍ଷ ପ୍ରାପ୍ତି ପାଇଁ ଖୁବ ମହତ୍ଵପୁର୍ଣ ଅଟେ। ଏହିପର୍ବ ମା ଆଦିଶକ୍ତି ମା ଦୁର୍ଗାଙ୍କୁ ସମର୍ପିତ ଅଟେ।

    ବର୍ଷକୁ ଦୁଇଟି ପ୍ରତ୍ୟକ୍ଷ ନବରାତ୍ରି ପାଳିତ ହୋଇଥାଏ, ଏବଂ ଗୋଟିଏ ନବରାତ୍ରି ଚୈତ୍ର ମାସରେ ଏବଂ ଅନ୍ୟଟି ଆଶ୍ୱିନ ମାସରେ। ଚୈତ୍ର ନବରାତ୍ରି ଠାରୁ ହିନ୍ଦୁ ନୂତନ ବର୍ଷ ପାଳିତ ହୋଇଥାଏ। ନବରାତ୍ରି ଦିନରୁ ମାଙ୍କ ନବଦିନ ର ବିଧି ପାଳିତ ହୋଇଥାଏ, କିନ୍ତୁ ଚୈତ୍ର ନବରାତ୍ରି ପାଳନର ବିଧି କଣ ରହିଛି ତାହା ଜାଣିବା ଜରୁରୀ।

    ଚୈତ୍ର ନବରାତ୍ରି ଉପବାସ କିପରି ରଖିବେ –
    ନବରାତ୍ରି ସମୟରେ ଉପବାସ କୁ ବିଭିନ୍ନ ସ୍ତରରେ ରହିଥାଏ , ରସୋପବାସ, ଫଳପବାସ, ଦୁଗ୍ଧପବାସ, ଲଘୁ ଉପବାସ, ଅର୍ଧ ଉପବାସ ଓ ପୁର୍ଣ ଉପବାସ କରାଯାଇଥାଏ। ଜୀଏବି ଏହି ନବରାତ୍ରି ବ୍ରତ କରୁଛନ୍ତି ଯେ ତେବେ ନିଷ୍ଠାର ର ସହିତ ଉପବାସ କରିବା ଜରୁରୀ।

    ନବରାତ୍ରି ରେ କଣ ଖାଇବା ଜରୁରୀ –

    ଯଦି ଆପଣ ନବରାତ୍ରି ରେ ଫଳ ଆହାର କରୁଛନ୍ତି ତେବେ ରାତ୍ରି ଭୋଜନ ବର୍ଜନୀୟ ଅଟେ, ଏହି ନବରାତ୍ରି ସମୟରେ ଆପଣ ଅନ୍ନ ସ୍ଥାନରେ ସାଗୁ, ଅଟା ଗ୍ରହଣ କରିବେ ତେବେ ଏହା ଗ୍ରହଣୀୟ ଅଟେ। ନବରାତ୍ରି ସମୟ ରେ ସୈନ୍ଧବ ଲୁଣ ସେବନ କରାଯାଇ ଥାଏ।

    ନବରାତ୍ରି ର ନିୟମ –

    – ନବରାତ୍ରି ସମୟ ରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଜରୁରୀ ଏବଂ ନଅଦିନ ପର୍ଯ୍ୟନ୍ତ କଳା ବସ୍ତ୍ର ପିନ୍ଧିବା ଜରୁରୀ ନୁହେଁ।

    – ବ୍ରତ ଧାରୀ ମାନେ ଦିନରେ ଶୋଇବା ଉଚିତ ନୁହେଁ।

    – ଏବଂ ନଅଦିନ ବ୍ରତ ସମୟରେ ଆମିଷ ଭୋଜନ କରିବା ଉଚିତ ନୁହେଁ, ମଦ୍ୟପାନ କରିବା ମଧ୍ୟ ଠିକ ନୁହେଁ।

    – ନବରାତ୍ରି ସମୟରେ କେଶ କାଟିବା, ନଖ କାଟିବା ଉଚିତ ନୁହେଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    46 %
    0.5kmh
    100 %
    Sun
    43 °
    Mon
    44 °
    Tue
    44 °
    Wed
    43 °
    Thu
    44 °

    ସମ୍ବନ୍ଧିତ