Tuesday, July 28, 2026
26.3 C
Odisha

    ଜମ୍ମୁରେ ଆଇଇଡି ବିସ୍ଫୋରଣ, ୨ ଯବାନ ସହିଦ

    ଆଗକୁ ପଢନ୍ତୁ

    ଜାମ୍ମୁ : ଜମ୍ମୁର ଅଖନୁର ସେକ୍ଟରରେ ଆଇଇଡି (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍) ବିସ୍ଫୋରଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ଲାଲେଲିର ବାଡ଼ ନିକଟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ହ୍ୱାଇଟ୍ ନାଇଟ୍ କର୍ପସ୍ କହିଛି ଯେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି। ଅଧିକାରୀମାନେ କହିଛନ୍ତି ଯେ ଯବାନମାନେ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟଭଟାଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବିସ୍ଫୋରଣ ଘଟିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଆଇଇଡି ବିସ୍ଫୋରଣ ହୋଇଛି । ଏହା ଆତଙ୍କବାଦୀମାନେ ଲଗାଇଥିବା ଅନୁମାନ କରାଯାଉଛି। ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ଦିଆଯାଇଥିଲା।

    ଆଇଇଡି ବିସ୍ଫୋରଣ ବ୍ୟତୀତ ଜମ୍ମୁର ଅଖନୁର ସେକ୍ଟରରେ ଆଜି ଏକ ମୋର୍ଟାର ସେଲ୍ ମିଳିଛି। ଏହାକୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ନିଷ୍କ୍ରିୟ କରିଛି। ଜଣେ ପୋଲିସ ଅଧିକାରୀ ଙ୍କ ସୂଚନା ଅନୁଯାୟୀ, ନମନ୍ଦର ଗ୍ରାମ ନିକଟ ପ୍ରତାପ କେନାଲରେ ସ୍ଥାନୀୟ ଲୋକେ ମୋର୍ଟାର୍ ସେଲ୍ ଦେଖିଥିଲେ। ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଡକାଯାଇ ମୋର୍ଟାର୍ ସେଲ୍ କୁ ନିଷ୍କ୍ରିୟ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    86 %
    5.3kmh
    100 %
    Tue
    26 °
    Wed
    25 °
    Thu
    28 °
    Fri
    30 °
    Sat
    30 °

    ସମ୍ବନ୍ଧିତ