Friday, March 20, 2026
31 C
Odisha

    ଜାଣନ୍ତୁ ଅକ୍ଟୋପସ୍‌ ସହ ଜଡ଼ିତ ରୋଚକ କଥା

    ଆଗକୁ ପଢନ୍ତୁ

    ଅକ୍ଟୋପସ୍‌ ଏକ ସାମୁଦ୍ରିକ ଜୀବ। ଏହାର ନାଁ ଗ୍ରୀକ୍‌ ଶବ୍ଦରୁ ଅଣାଯାଇଛି, ଯାହାର ଅର୍ଥ ହେଉଛି ‘ଆଠଟି ଗୋଡ଼’। ଅକ୍ଟୋପସ୍‌ ଦୁନିଆର ସବୁ ମହାସାଗରରେ ରହିଥାଏ। ଆସନ୍ତୁ ଜାଣିବା ଅକ୍ଟୋପସ୍‌ ସହ ଜଡ଼ିତ କିଛି ରୋଚକ ତଥ୍ୟ, ଯାହାକି ଆପଣଙ୍କୁ ପୂର୍ବରୁ ହୁଏତ ଜଣା ନ ଥିବ।

    ୧. ସାରା ବିଶ୍ୱରେ ୩୦୦ରୁ ଅଧିକ ପ୍ରଜାତିର ଅକ୍ଟୋପସ୍‌ ଅଛନ୍ତି।

    ୨. ଅକ୍ଟୋପସ୍‌ର ରକ୍ତର ରଙ୍ଗ ନୀଳ ହୋଇଥାଏ।

    ୩. ଉତ୍ତର ଏବଂ ଦକ୍ଷିଣ କୋରିଆର ଲୋକେ ଅକ୍ଟୋପସ୍‌କୁ ଜିଅନ୍ତା ଖାଇଥାଆନ୍ତି।

    ୪. ଅକ୍ଟୋପସ୍‌ ଶରୀରରେ ୩ଟି ହୃତ୍‌ପିଣ୍ଡ ଥାଏ।

    ୫. ଏହା ଅତ୍ୟନ୍ତ ବୁଦ୍ଧିମାନ ପ୍ରାଣୀ।

    ୬. ଅକ୍ଟୋପସ୍‌ର ୮ଟି ହାତ କିମ୍ବା ୮ଟି ଗୋଡ଼ ନ ଥାଏ। ପ୍ରକୃତରେ ଏହାର ୬ଟି ହାତ ଏବଂ ୨ଟି ଗୋଡ଼ ଥାଏ।

    ୭. ଯଦି ଅକ୍ଟୋପସ୍‌ ବହୁତ ଭୋକିଲା ଥାଏ, ସେତେବେଳେ ସେ ନିଜ ଭୂଜଗୁଡ଼ିକୁ ହିଁ ଖାଇଯାଇଥାଏ।

    ୮. ଏହି ଜୀବର ଜୀବନକାଳ ବହୁତ କମ୍‌ ହୋଇଥାଏ। ଏହା ଅତି କମ୍‌ରେ ୬ ମାସ ଯାଏ ଜୀବନ ଜିଇଁପାରେ ଏବଂ ଅତି ବେଶିରେ ୫ ବର୍ଷ ପଯ୍ୟର୍ନ୍ତ ବଞ୍ଚିପାରିଥାଏ।

    ୯. ସବୁଠାରୁ ଆଶ୍ଚଯ୍ୟର୍ର କଥା ହେଲା, ଅକ୍ଟୋପସ୍‌ର ଭୂଜ ଅର୍ଥାତ୍‌ ହାତ କାଟିଦେଲେ ମଧ୍ୟ ପୁଣିଥରେ ଏହାର ଭୂଜ କଅଁଳିଥାଏ।

    ୧୦. ବଡ଼ ବଡ଼ ଅକ୍ଟୋପସ୍‌ଗୁଡ଼ିକର ଖାସିୟତ୍‌ ହେଲା, ଏହା ସାର୍କର କିଛି ପ୍ରଜାତିକୁ ମଧ୍ୟ ଖାଇଯାଆନ୍ତି।

    ୧୧. ଅକ୍ଟୋପସ୍‌ର କିଛି ପ୍ରଜାତି ବହୁତ ବିଷାକ୍ତ ହୋଇଥାଆନ୍ତି। ଏମାନେ କାମୁଡ଼ି ଦେଲେ ମଣିଷର ମୃତ୍ୟୁ ଘଟିଥାଏ।

    ୧୨. ଦୁନିଆର ସବୁଠାରୁ ବଡ଼ ଅକ୍ଟୋପସ୍‌ର ନାଁ ‘Giant Pacific Octopus’ ଅଟେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31 ° C
    31 °
    31 °
    32 %
    3.4kmh
    68 %
    Fri
    32 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ