Wednesday, March 11, 2026
21.6 C
Odisha

    ଜାନୁଆରୀ ୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

    ଆଗକୁ ପଢନ୍ତୁ

    କଟକ : ଜାନୁଆରୀ ୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । କଟକରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ନେତାଜୀଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ନେତାଜୀ ସଂଗ୍ରହାଳୟରେ କଟକ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି ।

    ଏଥିରେ ଅତିଥି ଭାବେ ଯୋଗଦାନ କରିବାକୁ ସହମତି ପ୍ରଦାନ କରିଛନ୍ତି ଉପରାଷ୍ଟ୍ରପତି । ଉପ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସଂସ୍କୃତି ସଚିବ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ସମୀକ୍ଷା କରିଛନ୍ତି । ନେତାଜୀ ଜୟନ୍ତୀରେ ଏଥର ପୋଷ୍ଟାଲ ଗ୍ୟାଲେରୀ ସହିତ ଜନ୍ମଜୟନ୍ତୀ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ରାଜ୍ଯପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯୋଗ ଦେବେ ବୋଲି କହିଛନ୍ତି ରାଜ୍ୟ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ । ଏହି ଅବସରରେ ନେତାଜୀଙ୍କ ଜୀବନୀ ଉପରେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଲଳିତ କଳା ଏକାଡେମୀ ପକ୍ଷରୁ ଫଟୋ ପ୍ରଦର୍ଶନୀ ହେବାର କାର୍ଯ୍ୟକ୍ରମ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    65 %
    1.2kmh
    0 %
    Wed
    37 °
    Thu
    37 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ