Thursday, March 12, 2026
25.8 C
Odisha

    ଜୀବନ୍ୟାସ ପାଇବେ ରାଜ୍ୟର ୬୧୦ ଅନୁଦାନପ୍ରାପ୍ତ ହାଇସ୍କୁଲ

    ଆଗକୁ ପଢନ୍ତୁ

    ବାଲେଶ୍ବର : ଦୀର୍ଘ ୩୬ ବର୍ଷ ପରେ ଜୀବନ୍ୟାସ ପାଇବାକୁ ଯାଉଛି ବାଲେଶ୍ବର ସମେତ ଓଡ଼ିଶାର ଅନୁଦାନପ୍ରାପ୍ତ (ଏଡେଡ) ହାଇସ୍କୁଲ। କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ଶିକ୍ଷା ନୀତିରେ ସଂସ୍କାର ଆଣିବା ସହିତ ଶିକ୍ଷକ ଅଭାବରୁ ବନ୍ଦ ହେବାକୁ ବସିଥିବା ଓଡ଼ିଶାର ୬୧୦ ପୁରୁଣା ଅନୁଦାନପ୍ରାପ୍ତ ହାଇସ୍କୁଲ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି। ଏହିସବୁ ସ୍କୁଲରେ ୩ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଥିଲା। ପୂର୍ବରୁ ନୂଆ ନିଯୁକ୍ତି ତ ଦିଆଯାଉ ନ ଥିଲା; ବରଂ ଯେଉଁ ଶିକ୍ଷକମାନେ ଥିଲେ ସେମାନଙ୍କ ଅବସର ପରେ ଗୋଟିଏ ପରେ ଗୋଟିଏ ସ୍କୁଲ ବନ୍ଦ ହେବା ସ୍ଥିତିକୁ ଚାଲି ଆସିଥିଲା। କିଛି ଏଡେଡ ସ୍କୁଲକୁ ନିକଟସ୍ଥ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ କରି ଦିଆଯାଇଥିଲା।ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାର ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ ଅଭାବ ସମସ୍ୟା ଉତ୍କଟ ହେବାରେ ଲାଗିଥିଲା।

    ଜିଲ୍ଲା ଶିକ୍ଷା ବିଭାଗ ସୂଚନା ଅନୁସାରେ, ବାଲେଶ୍ବରର ୭୩ ପୁରୁଣା ଅନୁଦାନପ୍ରାପ୍ତ ସ୍କୁଲ ସମେତ ମୋଟ ୨୩୦ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରପ୍ତ ହୋଇଥିଲା। ଏହିସବୁ ସ୍କୁଲରେ ପାଖାପାଖି ୭୦୦ ଶିକ୍ଷକ/କର୍ମଚାରୀ ପଦ ଖାଲିପଡ଼ିଥିଲା। ତେବେ ଦେଶ ସ୍ବାଧୀନତା ପୂର୍ବରୁ ଏବଂ ସ୍ବାଧୀନତା ପରେ ଜିଲାରେ ପ୍ରତିଷ୍ଠା ହୋଇଥିବା ୫୮ ସର୍ବପୁରାତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଅତ୍ୟନ୍ତ ଦୟନୀୟ ସ୍ଥିତିକୁ ଚାଲି ଆସିଥିଲା। ଅଧିକାଂଶ ସ୍କୁଲରେ ପିଅନ ଓ କିରାଣି ନ ଥିବାବେଳେ ଗୋଟିଏ ଗୋଟିଏ ସ୍କୁଲ ଜଣେ/ଦୁଇ ଜଣ ଶିକ୍ଷକରେ ଚାଲୁଥିଲା।ତେବେ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ଏହି ସମସ୍ୟାକୁ ପ୍ରାଥମିକତା ଦେବା ସହିତ ଏସଏସବି ପକ୍ଷରୁ ଇତି ମଧ୍ୟରେ ଶିକ୍ଷକ ମନୋନୟନ ପ୍ରକ୍ରିୟା ଶେଷ ହୋଇଛି। ମନୋନୀତ ନୂଆ ଶିକ୍ଷକଙ୍କୁ ଏବେ ଜିଲା ସ୍ତରରେ କାଉନସେଲିଂ କରାଯାଉଛି। ଏହି କ୍ରମରେ ବାଲେଶ୍ବର ଜିଲା ପାଇଁ ମନୋନୀତ ୧୫୨ ଶିକ୍ଷକଙ୍କ ମଧ୍ୟରୁ ୭ ଜଣ ଅନୁପସ୍ଥିତ ଥିବାବେଳେ କିଏ କେଉଁ ସ୍କୁଲ ପାଇଁ ଆଗ୍ରହୀ, ସେ ନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୧୪୫ ଜଣଙ୍କର କାଉନସେଲିଂ ଶେଷ ହୋଇଛି। ଏଥିରେ ହିନ୍ଦୀ ଓ ଖେଳ ଶିକ୍ଷକଙ୍କ ବ୍ୟତୀତ ଆର୍ଟ ଟିଜିରେ ୮୨ ଜଣ, ସଂସ୍କୃତରେ ୩୦, ସିବିଜେଡରେ ୧୯ ଓ ପିସିଏମରେ ୧୪ ଜଣ ଶିକ୍ଷକ ଅଛନ୍ତି। କୋର୍ଟରେ ମାମଲା ଚାଲିଥିବା ଯୋଗୁଁ ହିନ୍ଦୀ ଓ ଖେଳ ଶିକ୍ଷକ ନିଯୁକ୍ତି ବନ୍ଦ ରହିଥିବା ଜିଲ୍ଲା ଶିକ୍ଷାଧିକାରୀ ପ୍ରାଚୀତନୟା ଗିରି ସୂଚନା ଦେଇଛନ୍ତି। ତେବେ ଆଗାମୀ ଦିନରେ ସମସ୍ତ ସ୍କୁଲର ଶିକ୍ଷକ ଅଭାବ ପୂରଣ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    18 %
    2.3kmh
    0 %
    Thu
    26 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ