Monday, March 23, 2026
22 C
Odisha

    ଜେଇଇ ମେନ ସେସନ-୧ ପରୀକ୍ଷା ଫଳ ପ୍ରକାଶିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ ୨୦୨୫ ପ୍ରଥମ ସେସନର ପରୀକ୍ଷାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ jeemain.nta.nic.inରେ ଏହି ପରୀକ୍ଷାର ଫଳାଫଳ ପାଇପାରିବେ । ଏହି ଓ୍ବେବସାଇଟରୁ ପରୀକ୍ଷାର୍ଥୀମାନେ ସ୍କୋରକାର୍ଡ ଡାଉନଲୋଡ କରିପାରିବେ ।
    ଜେଇଇ ମେନ୍ ସେସନ-୧ ପେପର-୧ (ବିଇ/ବିଟେକ୍) ପରୀକ୍ଷାରେ ୧୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ତେବେ ଏହି ୧୪ ଜଣଙ୍କ ମଧ୍ୟରେ ଓଡ଼ିଶାର କୌଣସି ଛାତ୍ରଛାତ୍ରୀ ନାହାନ୍ତି । ରାଜସ୍ଥାନର ଆୟୁଷ ସିଂଘଲ ପ୍ରଥମ ସ୍ଥାନରେ ଓ କର୍ଣ୍ଣାଟକର କୁଶାଗ୍ର ଗୁପ୍ତା ୨ୟ ସ୍ଥାନରେ ଅଛନ୍ତି । ସେସନ-୧ ପରୀକ୍ଷା ପାଇଁ ମୋଟ ୧୩ ଲକ୍ଷ ୧୧ ହଜାର ୫୪୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୧୨,୫୮,୧୩୬ (୯୫.୯୩ ପ୍ରତିଶତ) ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୨୦୨୫ ଜାନୁଆରି ୨୨, ୨୩, ୨୪, ୨୮ ଓ ୨୯ ତାରିଖରେ ୩୦୪ଟି ସହରରେ ଥିବା ୬୧୮ଟି ପରୀକ୍ଷା କେନ୍ଦ୍ରରେ ପେପର-୧ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ