Sunday, May 3, 2026
40.4 C
Odisha

    ଟିକଟ ବିକ୍ରିରୁ ସର୍ବାଧିକ ରୋଜଗାର କରୁଛି ତାଜମହଲ, ୫ ବର୍ଷରେ ୨୯୭ କୋଟି ଟଙ୍କା ରାଜସ୍ୱ ଆୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଟିକଟ ବିକ୍ରିରୁ ତାଜମହଲ ସର୍ବାଧିକ ଆୟ କରୁଛି। ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ସଂରକ୍ଷିତ ସ୍ମାରକୀ ସ୍ଥଳ ଭାବେ ବିବେଚିତ ତାଜମହଲରୁ ଟିକଟ ବିକ୍ରି ମାଧ୍ୟମରେ ସର୍ବାଧିକ ରାଜସ୍ବ ଆୟ ହେଉଛି। ସାରା ଭାରତରେ ଥିବା ସଂରକ୍ଷିତ ଐତିହ୍ୟସ୍ଥଳ ମାନଙ୍କରୁ ଗତ ୫ ବର୍ଷ ମଧ୍ୟରେ ତାଜମହଲ ସର୍ବଧିକ ରାଜସ୍ବ ଆୟ କରିଥିବା ସ୍ମାରକୀ ବୋଲି ଜଣାପଡ଼ିଛି।

    ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍ଆଇ) ସଂସ୍ଥା ଟିକେଟ୍ ବିକ୍ରୟ ମାଧ୍ୟମରେ ମୋଗଲ ଯୁଗର ସମାଧିସ୍ଥଳ ତଥା ସଂରକ୍ଷିତ ଐତିହ୍ୟ ସ୍ମାରକୀ ତାଜମହଲରୁ ସର୍ବାଧିକ ରୋଜଗାର କରୁଛି। ଏହି ସଂରକ୍ଷିତ ସ୍ମାରକୀରୁ ଏଏସ୍ଆଇ ଗତ ୫ ବର୍ଷରେ ୨୯୭ କୋଟି ଟଙ୍କା ରାଜସ୍ୱ ଆୟ କରିଛି। ଅପରପକ୍ଷରେ ୨୦-୨୧ ଆର୍ଥିକ ବର୍ଷରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଦ୍ୱିତୀୟ ସ୍ଥାନରେ ରହିଥିଲା ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଗତଗୁରୁବାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି।

    ଆର୍ଥିକ ବର୍ଷ ୨୩-୨୪ରେ ଟିକଟ ବିକ୍ରିରୁ ରାଜସ୍ବ ଆୟ ତାଲିକାରେ ଦିଲ୍ଲୀର କୁତୁବ ମିନାର ଏବଂ ଲାଲକିଲ୍ଲା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲା; ଯାହା ଯଥାକ୍ରମେ ୨୩,୮୦,୧୬,୯୮୩ ଟଙ୍କା ଏବଂ ୧୮,୦୮,୯୦,୮୨୫ ଟଙ୍କା ରାଜସ୍ୱ ଆୟ କରିଥିଲା। ଶେଖାୱତଙ୍କୁ ଗତ ପାଞ୍ଚ ବର୍ଷରେ ବିଭିନ୍ନ ସ୍ମାରକୀକୁ ପ୍ରବେଶ ଟିକେଟ୍ ବିକ୍ରୟ କରି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) କେତେ ପରିମାଣ ଅର୍ଥ ପାଇଛି, ବର୍ଷୱାରୀ ଏବଂ ସ୍ମାରକୀ-ୱାରୀ ତଥ୍ୟ ସହିତ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତର ଦେବା ସହିତ ଟିକଟ ବିକ୍ରୟ ମାଧ୍ୟମରେ ସର୍ବାଧିକ ଆୟ କରିଥିବା ସ୍ମାରକୀଗୁଡ଼ିକର ତାଲିକା ମଧ୍ୟ ଦେଇଥିଲେ।

    ଆର୍ଥିକ ବର୍ଷ ୧୯-୨୦ ରୁ ୨୩-୨୪ ପର୍ଯ୍ୟନ୍ତ ଆର୍ଥିକ ବର୍ଷରେ ଟିକଟ ବିକ୍ରିରୁ ଏଏସ୍ଆଇ କରିଥିବା ରୋଜଗାର ଏବଂ ରାଜସ୍ବ ଆୟ ସମ୍ପର୍କିତ ତଥ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ ସାରଣୀ ଆକାରରେ ପ୍ରଦାନ କରିଛନ୍ତି। ତଥ୍ୟ ଅନୁସାରେ ଅର୍ଥିକ ବର୍ଷର ସମସ୍ତ ୫ ବର୍ଷରେ ସର୍ବାଧିକ ରୋଜଗାରକାରୀ ସଂରକ୍ଷିତ ଐତିହ୍ୟ ସ୍ମାରକୀ ଭାବରେ ତାଜମହଲ ସ୍ଥାନ ପାଇଛି ଓ ଲଗାତାର ୫ ବର୍ଷ ଧରି ପ୍ରଥମ ସ୍ଥାନ ହାସଲ କରିଛି। ୧୭ ଶତାବ୍ଦୀରେ ସମ୍ରାଟ ଶାହଜାହାନଙ୍କ ଦ୍ୱାରା ନିର୍ମିତ ତାଜମହଲକୁ ବିଶ୍ୱର ସବୁଠାରୁ ସୁନ୍ଦର କୋଠା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ୧୯-୨୦ ଆର୍ଥିକ ବର୍ଷରେ ଆଗ୍ରାର ଆଗ୍ରା ଦୁର୍ଗ ଏବଂ ଦିଲ୍ଲୀର କୁତୁବ ମିନାର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲା। ଅପରପକ୍ଷରେ ୨୦-୨୧ ଆର୍ଥିକ ବର୍ଷରେ ତାମିଲନାଡୁର ମାମଲ୍ଲାପୁରମରେ ଥିବା ସ୍ମାରକୀ ଗୋଷ୍ଠୀ ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ।
    ୨୦୨୩-୨୪ ଆର୍ଥିକ ବର୍ଷରେ ଦିଲ୍ଲୀର କୁତୁବ ମିନାର ଏବଂ ଲାଲକିଲ୍ଲା ପୁଣି ଥରେ ସର୍ବାଧିକ ରୋଜଗାରକାରୀ ସ୍ମାରକୀ ଭାବରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.4 ° C
    40.4 °
    40.4 °
    18 %
    3.7kmh
    36 %
    Sun
    40 °
    Mon
    40 °
    Tue
    39 °
    Wed
    39 °
    Thu
    40 °

    ସମ୍ବନ୍ଧିତ