Thursday, October 15, 2026
21.9 C
Odisha

    ସିଜିମାଳି ବକ୍ସାଇଟ୍‌ ଖଣି ବିବାଦ ନ୍ୟାୟିକ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

    ଆଗକୁ ପଢନ୍ତୁ

    କଟକ    : ସିଜିମାଳି ବକ୍ସାଇଟ୍‌ ଖଣି ପ୍ରକଳ୍ପକୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ ହୋଇଛି। ରାୟଗଡ଼ା ଜିଲ୍ଲାର କାନ୍ତାମାଳ ଅଞ୍ଚଳରେ ୨୦୨୬ ଏପ୍ରିଲ ୬ ମଧ୍ୟରାତ୍ରିରେ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣକୁ ଚାଲେଞ୍ଜ କରି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।
    ଆବେଦନକାରୀମାନେ ଦର୍ଶାଇଛନ୍ତି ଯେ, ସିଜିମାଳି ଖଣି ପାଇଁ ରାସ୍ତା ନିର୍ମାଣକୁ ବିରୋଧ କରି ଆସୁଥିବା ଆଦିବାସୀମାନଙ୍କୁ ଦମନ କରିବା ପାଇଁ ଏହି ଘଟଣା ଘଟିଛି। ରାତି ପ୍ରାୟ ୩ଟା ସମୟରେ ପୁଲିସ ବଳପୂର୍ବକ ଗାଁରେ ପ୍ରବେଶ କରି ବିଦ୍ୟୁତ୍ ସରବରାହ କାଟି ଦେଇଥିଲା ଏବଂ ଘରର କବାଟ ଭାଙ୍ଗିଥିଲା। ଏହି ଆକ୍ରମଣରେ ପ୍ରାୟ ୭୦ ଜଣ ଆଦିବାସୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଗୃହପାଳିତ ପଶୁଙ୍କ ମଧ୍ୟ ମୃତ୍ୟୁ ହୋଇଛି। ସେହିପରି ମାର୍ଚ୍ଚ ୧୦ ମଧ୍ୟରାତ୍ରିରେ ପୁଲିସ ୨୧ ଜଣ ଆଦିବାସୀଙ୍କୁ (୧୦ ଜଣ ମହିଳାଙ୍କ ସମେତ) ଗିରଫ କରିବା ସହ ଘରଦ୍ୱାର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ତେଣୁ ହାଇକୋର୍ଟର ଜଣେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହାର ନ୍ୟାୟିକ ତଦନ୍ତ କରିବାକୁ ଆବେଦନକାରୀମାନେ ପ୍ରାର୍ଥନା କରିବା ସହ ଆହତ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ ଏବଂ ଦୋଷୀ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାର୍ଥନା କରାଯାଇଛି। ଏହି ମାମଲାରେ ତିନିଟି ଅନ୍ତରୀଣ ଆବେଦନ ଦାଖଲ କରାଯାଇଛି। ପ୍ରଥମ ଆବେଦନରେ ୨୦୨୩ରୁ ଆନ୍ଦୋଳନରେ ଗିରଫ ହୋଇଥିବା ଆଦିବାସୀ ଗ୍ରାମବାସୀଙ୍କ ସ୍ଥିତି ରିପୋର୍ଟ ଦାଖଲ କରିବା ଓ ଗିରଫ ଆଦିବାସୀମାନଙ୍କୁ ତୁରନ୍ତ ଛାଡ଼ିଦେବା ପାଇଁ ଅଦାଲତ ପ୍ରତିପକ୍ଷ ନଂ ୧୧ ବା ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ସେହିଭଳି ଦ୍ବିତୀୟ ଆବେଦନରେ ପ୍ରତିପକ୍ଷ ୧୨ ବା ରାୟଗଡ଼ା ଜିଲାପାଳ ସିଜିମାଳି ଅଞ୍ଚଳରେ ଲାଗୁ ହୋଇଥିବା ଏକମାସିଆ କର୍ଫ୍ୟୁକୁ ତୁରନ୍ତ ପ୍ରତ୍ୟାହାର କରିବା ଓ ତୃତୀୟ ଆବେଦନରେ ସିଜିମାଳି ବକ୍‌ସାଇଟ୍ ଖଣି ପାଇଁ ପ୍ରସ୍ତାବିତ ରାସ୍ତା ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବା ପାଇଁ ଅଦାଲତ ନିର୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ