Sunday, May 24, 2026
26.9 C
Odisha

    ଜବଲପୁର କ୍ରୁଜ୍ ବୁଡ଼ି ଘଟଣାରେ ପାଇଲଟଙ୍କ ପ୍ରତିକ୍ରିୟା : ପାଣିପାଗ ଫେରିବା ବେଳେ ବିଗିଡିଥିଲା, ଲୋକ ଡ୍ୟାନ୍ସ କରୁଥିଲେ ବୋଲି ଲାଇଫ ଜ୍ୟାକେଟ ପିନ୍ଧିନଥିଲେ

    ଆଗକୁ ପଢନ୍ତୁ

    ଜବଲପୁର : ମଧ୍ୟପ୍ରଦେଶର ଜବଲପୁରରେ ହୋଇଥିବା କ୍ରୁଜ୍ ଦୁର୍ଘଟଣାକୁ ନେଇ ମୁହଁ ଖୋଲିଲେ କ୍ରୁଜର ପାଇଲଟ । ତାଙ୍କ କହିବାନୁସାରେ, କ୍ରୁଜ୍ ଯିବା ସମୟରେ କୌଣସି ଝଡ଼ ତୋଫାନ ଆସିବା ଭଳି ପାଣିପାଗ ନଥିଲା । ପାଣିପାଗ ସ୍ଥିତି ଫେରିବା ସମୟରେ ବିଗିଡ଼ିଥିଲା । ପାଗ ବିଗିଡ଼ିବା ଯୋଗୁଁ ସମସ୍ତଙ୍କୁ ଲାଇଫ୍ ଜ୍ୟାକେଟ୍ ଦିଆଯାଇଥିଲା , କିନ୍ତୁ କିଛି ଲୋକ ଡ୍ୟାନ୍ସ କରିବା ଚକ୍କରରେ ତାକୁ ପିନ୍ଧି ନଥିଲେ । ଆମେ କ୍ରୁଜକୁ କୂଳରେ ଲଙ୍ଗର ପକାଇବାକୁ ଚେଷ୍ଟା କରିଥିଲୁ, କିନ୍ତୁ ପବନ ଯୋଗୁଁ ଚେଷ୍ଟା ସମ୍ଭବ ହୋଇପାରିନଥିଲା ।

    ସେ ଆହୁରି କହିଛନ୍ତି , ଫେରିବା ସମୟରେ ପବନ ଆସିବା ଦେଖି ସମସ୍ତଙ୍କୁ ଲାଇଫ ଜ୍ୟାକେଟ ଦିଆଯାଇଥିଲା । କିନ୍ତୁ କିଛି ଲୋକ ନାଚୁଥିବାରୁ ଲାଇଫ ଜ୍ୟାକେଟ ପିନ୍ଧିନଥିଲେ । ଆଉ ହଠାତ୍ ଡ଼ଙ୍ଗାରେ ପାଣି ପୂରି ଗଲା ଏବଂ ମୁଁ ତାକୁ କୂଳରେ ଲଗାଇ ପାରିଲି ନାହିଁ ଏବଂ ଶେଷରେ ତାହା ଓଲଟି ଗଲା । ସେ ଦୃଶ୍ୟ ମୋ ଆଖି ସାମ୍ନାରେ ବାରମ୍ୱାର ଦେଖାଯାଉଛି । ମୋତେ ନିଦ ମଧ୍ୟ ଆସୁ ନାହିଁ । ମୋତେ ବହୁତ ଅନୁତାପ ହେଉଛି । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ, କାହାକୁ ମଧ୍ୟ ଏହି ସ୍ଥିତିର ସମ୍ମୁଖୀନ ହେବାକୁ ନପଡ଼ୁ ।

    ଘଟଣା ସମୟରେ ପାଣିପାଗର ଚେତାବନୀ ବିଷୟରେ ସେ କିଛି ସୂଚନା ପାଇନଥିବା କହିଥିଲେ । ଘଟଣା ସମୟରେ ଡ଼ଙ୍ଗାରେ ୪୧ ଜଣ ଲୋକ ବସିଥିଲେ । ଏଥିରୁ ୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଏବେବି ନିଖୋଜ ଅଛନ୍ତି । ଅନ୍ୟ ଲୋକଙ୍କୁ ଉଦ୍ଧାର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.9 ° C
    26.9 °
    26.9 °
    71 %
    1.6kmh
    61 %
    Sat
    27 °
    Sun
    45 °
    Mon
    45 °
    Tue
    46 °
    Wed
    46 °

    ସମ୍ବନ୍ଧିତ