Sunday, July 5, 2026
24.3 C
Odisha

    ଆଜି NEET UG ୨୦୨୬ ପରୀକ୍ଷା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଆଜି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସାରା ଦେଶରେ ଅନୁଷ୍ଠିତ ହେଉଛି NEET UG- ୨୦୨୬ । ଏହି ପ୍ରବେଶିକା ପରୀକ୍ଷା ଅଫଲାଇନ୍ ବା ପେନ୍-ଆଣ୍ଡ-ପେପର ମୋଡ୍ ରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ପରିଚାଳିତ ହେଉଛି । ଚଳିତ ବର୍ଷ ପରୀକ୍ଷାର ସିଲାବସରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ NCERT ପାଠ୍ୟକ୍ରମ ଉପରେ ଆଧାରିତ ଅଟେ । ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ସହ ବୈଧ ପରିଚୟ ପତ୍ର ନେଇ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ମୋଟ ୭୨୦ ମାର୍କର ହୋଇଥିବା ବେଳେ ପ୍ରତି ଭୁଲ୍ ଉତ୍ତର ପାଇଁ ୧ ନମ୍ବର କଟାଯିବାର ବ୍ୟବସ୍ଥା ରହିଛି । ଭାରତର ବିଭିନ୍ନ ମେଡିକାଲ୍ କଲେଜରେ MBBS ଏବଂ BDS ଭଳି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହା ଏକ ପ୍ରମୁଖ ପ୍ରବେଶିକା ପରୀକ୍ଷା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.3 ° C
    24.3 °
    24.3 °
    98 %
    2.4kmh
    98 %
    Sun
    24 °
    Mon
    29 °
    Tue
    31 °
    Wed
    31 °
    Thu
    32 °

    ସମ୍ବନ୍ଧିତ