Sunday, May 3, 2026
40.4 C
Odisha

    କାରରେ କରୁଥିଲେ ଗୋ-ଚାଲାଣ, ଗାଡ଼ିକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

    ଆଗକୁ ପଢନ୍ତୁ

     

    ସୂଚନାଯୋଗ୍ୟ, ଗତମାସ ଭଦ୍ରକ ଟାଉନ ଥାନା ଅଧିନ ଵନ୍ତ ଛକ ନିକଟରେ ଘଟଣା ଘଟିଥିଲା । କାର୍ ଜାଳିଦେଲେ ଲୋକ । ଗାଡିରେ ୫ଟି ଗୋରୁ ବୋଝେଇ ହୋଇ ଆସୁଥିଲେ । ଖବର ପାଇ କିଛି ସ୍ଥାନୀୟ ଲୋକ ଗାଡିକୁ ଅଟକାଇଥିଲେ । ପରେ ଗାଡିରେ ନିଆଁ ଲଗାଇଦେଇଥିଲେ । କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

    ସେହିପରି ଗତବର୍ଷ, ୧୬ ନଂ NHର ନଳାଙ୍ଗ ନିକଟରେ ବେଆଇନଭାବେ ଗୋଚାଲାଣର ଖବର ପାଇ ପିକଅପ ଭ୍ୟାନକୁ ଜାଳିଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଜାତୀୟ ରାଜପଥରେ ଜଳିଲା ଗୋ-ଚାଲାଣ ଗାଡ଼ି । ଗାଡ଼ିରୁ ୧୨ଟି ଗୋରୁ ଉଦ୍ଧାର ହୋଇଥିଲା ।ଗାଡ଼ିରୁ ୧୨ଟି ଗୋରୁଙ୍କୁ ଉଦ୍ଧାର କରିବା ପରେ ଗାଡ଼ିକୁ ଜାଳିଦେଲେ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।

    କୌଣସି ସୂତ୍ରେ ଖବରପାଇ ସ୍ଥାନୀୟ ଗୋ-ସେବକମାନେ ଗୋରୁ ବୋଝେଇ ଗାଡିକୁ ନଳାଙ୍ଗ ଛକରେ ଥିବା ଏକ ପେଟ୍ରୋଲ ପମ୍ପ ସମୁଖ ରାସ୍ତାରେ ଅଟକାଇଥିଲେ । ଗାଡ଼ିରୁ ୧୨ ଗୋଟି ଗୋରୁଙ୍କୁ ଉଦ୍ଧାର ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ଵରେ ଦୀର୍ଘ ଘଣ୍ଟାଏ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା । ଖବରପାଇ ଗ୍ରାମାଞ୍ଚଳ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.4 ° C
    40.4 °
    40.4 °
    18 %
    3.7kmh
    36 %
    Sun
    40 °
    Mon
    40 °
    Tue
    39 °
    Wed
    39 °
    Thu
    40 °

    ସମ୍ବନ୍ଧିତ