Saturday, July 27, 2024
24.5 C
Odisha

    ଟିକେଟ ବଣ୍ଟାକୁ ନେଇ ବିଜେପିରେ ବିଦ୍ରୋହର ନିଆଁ

    ଆଗକୁ ପଢନ୍ତୁ

    ଟିକେଟ ବଣ୍ଟାକୁ ନେଇ ବିଜେପିରେ ବିଦ୍ରୋହର ନିଆଁ । ଧର୍ମଶାଳା, ଜଟଣୀ, ଚୌଦ୍ବାର କଟକ ପରେ ଏବେ ଟିକେଟ ବଣ୍ଟାକୁ ନେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି । କୃଷ୍ଣଚନ୍ଦ୍ର ନାୟକଙ୍କୁ ଛତ୍ରପୁର ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଘୋଷଣା ପରେ ଏବେ ବିଜେପିରେ ବିଦ୍ରୋହ ହୋଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ବନମାଳୀ ସେଠୀଙ୍କୁ ଦଳ ଟିକେଟ ନଦେଇ କୃଷ୍ଣଚନ୍ଦ୍ରଙ୍କୁ ଦଳ କାହିଁକି ଟିକେଟ ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ବନମାଳୀଙ୍କ ସମର୍ଥକ । ୨୦୧୭ ମସିହା ବିଜେଡି ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀଦତ୍ତ ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ବୋଲି କହିଛନ୍ତି ବନମାଳୀଙ୍କ ସମର୍ଥକ । ଏନେଇ ଆଜି ୩ ହଜାର ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ବିଜେପି ବନମାଳୀଙ୍କୁ ଟିକେଟ ନଦେଲେ ହଜାର ହଜାର ସମର୍ଥକ ବିଜେପିରୁ ଇସ୍ତଫା ଦେବାସହ ବନମାଳୀ ସେଠୀଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ବନମାଳୀ ସେଠୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେ଼ଇ ହେବ ବୋଲି ସମର୍ଥକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ