Thursday, July 16, 2026
29.4 C
Odisha

    ଟିମ୍ ଇଣ୍ଡିଆର ଜର୍ସି ନେଇ ବିବାଦ

    ଆଗକୁ ପଢନ୍ତୁ

    ମୁମ୍ବାଇ : ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ପାଇଁ ଏବେ କେବଳ ଗୋଟିଏ ଦିନ ବାକି ଅଛି। ଏହାର ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ରେ ଖେଳାଯିବ। ଭାରତୀୟ ଦଳର ନୂଆ ଚାମ୍ପିଅନ୍ସ ଟ୍ରଫି ଜର୍ସି ଲଞ୍ଚ ହୋଇଛି। ଏବେ ଏହି ଜର୍ସିକୁ ନେଇ ଏକ ବିବାଦ ଦେଖାଦେଇଛି। ଭାରତୀୟ ଦଳର ଜର୍ସିରେ ଆୟୋଜକ ଦେଶ ପାକିସ୍ତାନର ନାମ ମୁଦ୍ରିତ ହୋଇଛି। ଏହାକୁ ନେଇ ଏବେ ଏକ ବିବାଦ ଆରମ୍ଭ ହୋଇଛି।ଟିମ୍ ଇଣ୍ଡିଆର ଜର୍ସିରେ ପାକିସ୍ତାନ ନାମକୁ ନେଇ ଶିବସେନା ୟୁବିଟି ବିସିସିଆଇକୁ ଟାର୍ଗେଟ କରିଛି। ଶିବସେନା ପକ୍ଷରୁ ଭାରତୀୟ ଦଳର ଜର୍ସିରୁ ପାକିସ୍ତାନର ନାମ ହଟାଇବା ପାଇଁ ଦାବି କରାଯାଇଛି। ଦଳର ଜର୍ସିରେ ପାକିସ୍ତାନର ନାମ ଛାପିବା ବିରୋଧରେ ଶିବସେନା ୟୁବିଟି ଜମ୍ମୁ ଓ କଶ୍ମୀର ନେତାମାନେ ତୀବ୍ର ପ୍ରତିବାଦ କରିଛନ୍ତି।

    ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଶିବସେନା ନେତାମାନେ କହିଛନ୍ତି ଯେ, ପ୍ରଥମେ ପାକିସ୍ତାନ ଷ୍ଟାଡିୟମରେ ଭାରତୀୟ ପତାକା ଉତ୍ତୋଳନ କରାଯାଇ ନଥିଲା। ଏହା ପରେ, ଆମର ଜର୍ସିରେ ଆୟୋଜକ ପାକିସ୍ତାନର ନାମ ମୁଦ୍ରିତ ହୋଇଛି।ସରକାର ଏବଂ ବିସିସିଆଇ ଏହାକୁ ବିରୋଧ କରିବା ଉଚିତ୍ ଥିଲା କିନ୍ତୁ କିଛି ହେଲା ନାହିଁ। ଶିବସେନା ନେତାମାନେ ଅଭିଯୋଗ କରିଛନ୍ତି ଯେ, ବହୁତ ଦିନ ଧରି ପାକିସ୍ତାନ ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇ, ନିରୀହ ଲୋକ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରି ଏବଂ ଅସ୍ତ୍ରବିରତିର ଉଲ୍ଲଂଘନ କରି ତାର ଘୃଣ୍ୟ ଏବଂ କାପୁରୁଷ କାର୍ଯ୍ୟ କରିଆସୁଛି। ଦଳର ଜର୍ସିରେ ପାକିସ୍ତାନର ନାମ ଛପାଯିବାକୁ ନେଇ ବିବାଦ ଦେଖାଦେଇଛି।

    ସୂଚନାଯୋଗ୍ୟ, ଆଇସିସି ଇଭେଣ୍ଟଗୁଡ଼ିକର ନିୟମ ହେଉଛି ଯଦି କୌଣସି ଦେଶ ସେହି ଆଇସିସି ଇଭେଣ୍ଟର ଆୟୋଜନ କରେ, ତେବେ ସମସ୍ତ ଖେଳୁଥିବା ଦଳର ଜର୍ସିରେ ଆୟୋଜକ ଦେଶର ନାମ ମଧ୍ୟ ମୁଦ୍ରିତ ହେବ। ପାକିସ୍ତାନ ହେଉଛି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ଦେଶ। ସେଥିପାଇଁ ଚାମ୍ପିଅନ୍ସ ଟ୍ରଫି ପାଇଁ ରିଲିଜ୍ ହୋଇଥିବା ଟିମ୍ ଇଣ୍ଡିଆର ଜର୍ସିରେ ଭାରତ ସହିତ ପାକିସ୍ତାନର ନାମ ମଧ୍ୟ ମୁଦ୍ରିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    70 %
    3kmh
    100 %
    Thu
    30 °
    Fri
    25 °
    Sat
    27 °
    Sun
    25 °
    Mon
    30 °

    ସମ୍ବନ୍ଧିତ