Thursday, October 8, 2026
21.5 C
Odisha

    ପ୍ରଥମ ଦିନିକିଆରେ ବାଜି ମାରିଲା ଭାରତ, ଇଂଲଣ୍ଡକୁ ୬ ୱିକେଟରେ କଲା ପରାସ୍ତ

    ଆଗକୁ ପଢନ୍ତୁ

    ପ୍ରଥମ ଦିନିକିଆରେ ବାଜି ମାରିଲା ଭାରତ । ଏଜବାର୍ଷ୍ଟନଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡକୁ ୬ ୱିକେଟରେ ସହଜରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ୪୭.୫ ଓଭରରେ ୨୫୮ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଜୋ ରୁଟ୍ ୭୬ଏବଂ ଲିଆମ୍ ଡସନ୍ ୬୮ ରନ୍ କରିଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ଚମତ୍କାର ବୋଲିଂ କରି ୬୨ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ୨୫୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୫.୨ ଓଭରରେ ୪ ୱିକେଟ୍ ହରାଇ ୨୬୨ ରନ୍ କରି ମ୍ୟାଚ୍ ଜିତି ନେଇଥିଲା । ଶୁବମନ ଗିଲ୍ ମାତ୍ର ୭୫ ବଲରେ ୮୦ ରନର ଏକ ଜବରଦସ୍ତ ଅପରାଜିତ ପାଳି ଖେଳି ଦଳକୁ ଜିତାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ