Wednesday, July 15, 2026
25.8 C
Odisha

    ନୋଏଡା ମୁମରାରେ ଥିବା ଆବାସିକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୨ ମୃତ

    ଆଗକୁ ପଢନ୍ତୁ

    ନୋଏଡ଼ା : ନୋଏଡା ମମୁରା ଗାଁରେ ଏକ ବହୁ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ବିଲିଡିଂ ଭିତରେ ୪୮ ପରିବାରର ଲୋକ ରହୁଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିଲା । ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

    ଖବର ମୁତାବକ, ଫେଜ-୩ ଥାନା ଅନ୍ତର୍ଗତ ମମୁରାରେ ଏକ ବିଲିଡିଂରେ ରଖାଯାଇଥିବା ଇଲେକ୍ଟ୍ରିକ ବାଇକରେ ନିଆଁ ଲାଗିଯାଇଥିଲା । ସ୍ପାର୍କିଂ ହେବା ଯୋଗୁଁ ନିଆଁ ଚାହୁଁ ଚାହୁଁ ପୁରା ବିଲିଡିଂରେ ଲାଗିଯାଇଥିଲା । ପାର୍କିଂରେ ଲାଗିଥିବା ନିଆଁ ବିଲିଡିଂ ସାରା ବ୍ୟାପିଯାଇଥିଲା । ନିଆଁ ଧୂଆଁ ଦେଖି ବିଲିଡିଂରେ ଥିବା ଲୋକମାନେ ଚିତ୍କାର କରିଥିଲେ । ଭିତରେ ଫସିଥିବା ପରିବାରକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ଟିମ୍ ପୁରା ଚେଷ୍ଟା କରିଥିଲା ।

    ନୋଏଡା ପୋଲିସ କହିବା ମୁତାବକ, ବିଲିଡିଂ ଜି-୪ ଗ୍ରାଉଣ୍ଡ ଫ୍ଲୋରରେ ଇଲେକ୍ଟ୍ରି ବାଇକ୍ ଚାର୍ଜରେ ବସିଥିଲା । ଏହି ସମୟରେ ସ୍ପାର୍କିଂ ହୋଇ ଆଖପାଖରେ ଥିବା ପେଟ୍ରୋଲ ଗାଡ଼ିରେ ନିଆଁ ଲାଗିଥିଲା । ଖବର ବିଷୟରେ ସୂଚନା ମିଳିବା ପରେ ଫାୟାର ସର୍ଭିସ ୟୁନିଟ୍ ୭ ଫାୟାର ଟେଣ୍ଡର, ହାଇଡ୍ରୋଲିକ୍ ପ୍ଲାଟଫର୍ମ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

    ପୋଲିସ କହିବା ମୁତାବକ, ଏହି ବିଲିଡିଂରେ ୫୦ ପରିବାର ରହୁଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଧୂଆଁ ଯୋଗୁଁ ୨ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଛି । ତେବେ ଅଗ୍ନିଶମ ଟିମ୍ କଠିନ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଛି । ଏହାସହିତ ମାମଲାରେ ଘର ମାଲିକକୁ ଗିରଫ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    85 %
    1.1kmh
    100 %
    Wed
    25 °
    Thu
    30 °
    Fri
    26 °
    Sat
    28 °
    Sun
    29 °

    ସମ୍ବନ୍ଧିତ