Thursday, July 16, 2026
29.4 C
Odisha

    ଆଇସିସି ବଦଳାଇଲା ନିୟମ, ଦିନିକିଆ ବିଶ୍ବକପ ଏବଂ ଟି୨୦ ବିଶ୍ବକପ ଖେଳରେ ହେବ ପରିବର୍ତ୍ତନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଆଇସିସି ନିଜର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ଫର୍ମାଟରେ ବଡ଼ ପରିବର୍ତ୍ତନ କରିଛି । ସ୍କଟଲାଣ୍ଡ ଏଡିନବର୍ଗରେ ହୋଇଥିବା ଆଇସିସିର ବାର୍ଷିକ ବୈଠକ ୨୦୨୭ ପୁରୁଷ ଦିନିକିଆ ବିଶ୍ବକପ ଏବଂ ୨୦୨୮ ଟି୨୦ ବିଶ୍ବକପ ପାଇଁ ନୂଆ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଆଇସିସି କହିବା ମୁତାବକ, ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ପ୍ରତ୍ୟେକ ଖେଳ ଗୁରୁତ୍ବପୂର୍ଣ୍ଣ, ରୋମାଞ୍ଚକୁ ବଢାଇବା ଏବଂ ମ୍ୟାଚକୁ ଶେଷ କରିବା ।ବିଶ୍ୱକପର ନୂଆ ଫର୍ମାଟ ୩ଟି ଦେଶରେ ହେବ । ୨୦୨୭ ଦିନିକିଆ ବିଶ୍ୱକପରେ ୧୪ଟି ଦଳ ବଦଳରେ ୧୨ଟି ଟିମ୍ ଖେଳିପାରେ ବୋଲି ଚର୍ଚ୍ଚା ଚାଲିଥିଲା । କିନ୍ତୁ ଆଇସିସି ୧୪ ଟିମ୍ ଖେଳିବ ବୋଲି କହିଛି । ୨୦୨୭ ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆର ସହଭାଗିତାରେ ଆୟୋଜନ ହେବ ।

    ଯୋଗ୍ୟତା ଅର୍ଜନ କରିଥିବା ୧୪ଟି ଦଳ ମଧ୍ୟରୁ ସବୁଠାରୁ ତଳେ ଥିବା ଶେଷ ୩ଟି ଦଳ ମଧ୍ୟରେ ରାଉଣ୍ଡ-ରବିନ୍ ଫର୍ମାଟରେ ସୁପର ସିରିଜ୍ ଖେଳାଯିବ । ଏହି ସିରିଜର ବିଜେତା ଦଳ ପରବର୍ତ୍ତୀ ରାଉଣ୍ଡକୁ ପ୍ରବେଶ କରିବ । ବାକି ରହିଥିବା ୧୨ଟି ଦଳକୁ ୬-୬ କରି ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ । ପ୍ରତ୍ୟେକ ଗ୍ରୁପରେ ରାଉଣ୍ଡ-ରବିନ୍ ମ୍ୟାଚ୍ ହେବ । ପ୍ରତି ଗ୍ରୁପର ଶୀର୍ଷ ୩ଟି ଦଳ ଏବଂ ଉଭୟ ଗ୍ରୁପ୍ ମଧ୍ୟରୁ ପରବର୍ତ୍ତୀ ସର୍ବୋତ୍ତମ ର‍୍ୟାଙ୍କିଙ୍ଗ୍ ଥିବା ଦଳକୁ ମିଶାଇ ମୋଟ ୭ଟି ଦଳ ସୁପର-୭ ଷ୍ଟେଜକୁ ଯିବେ ।

    ଏହି ପର୍ଯ୍ୟାୟରେ ୭ଟି ଦଳ ମଧ୍ୟରେ ରାଉଣ୍ଡ-ରବିନ୍ ମ୍ୟାଚ୍ ହେବ । ଏଥିରୁ ଶୀର୍ଷ ୪ଟି ଦଳ ସେମିଫାଇନାଲ୍ ପାଇଁ କ୍ୱାଲିଫାଏ କରିବେ । ପ୍ରଥମ ଏବଂ ଚତୁର୍ଥ ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ଏବଂ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ । ୨୦୨୮ ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ୨୦ଟି ଦଳକୁ ନେଇ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଯୋଗିତାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଏହି ଫର୍ମାଟକୁ ବଦଳାଯାଇଛି ।

    ଯାହା ପୂର୍ବରୁ ୪ଟି ଗ୍ରୁପ୍ ଥିଲା, ୨୦ଟି ଦଳକୁ ୫ଟି ଗ୍ରୁପରେ ବିଭକ୍ତ କରାଯିବ । ପ୍ରତ୍ୟେକ ଗ୍ରୁପରେ ୪ଟି ଲେଖାଏଁ ଦଳ ରହିବେ । ପ୍ରତି ଗ୍ରୁପର ଶୀର୍ଷ ୨ଟି ଦଳ ‘ସୁପର-୧୦’ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଏହି ପର୍ଯ୍ୟାୟରେ ୧୦ଟି ଦଳକୁ ୫-୫ କରି ଦୁଇଟି ଗ୍ରୁପରେ ରଖାଯିବ । ଦୁଇଟି ଯାକ ଗ୍ରୁପର ବିଜେତା ଦଳ ସିଧାସଳଖ ସେମିଫାଇନାଲ୍ ଖେଳିବେ ।

    ସେମିଫାଇନାଲର ଅବଶିଷ୍ଟ ୨ଟି ସ୍ଥାନ ପାଇଁ ଏକ ନୂଆ ‘ଏଲିମିନେଟର’ ନିୟମ ଆସିଛି । ଆଇପିଏଲ ଷ୍ଟାଇଲରେ ହେବ ଏଲିମିନେଟର ସିଷ୍ଟମ । ଏଥିରେ ଗୋଟିଏ ଗ୍ରୁପର ଦ୍ୱିତୀୟ ସ୍ଥାନରେ ଥିବା ଦଳ ଅନ୍ୟ ଗ୍ରୁପର ତୃତୀୟ ସ୍ଥାନରେ ଥିବା ଦଳ ସହ ମୁକାବିଲା କରିବେ । ଏହି ଏଲିମିନେଟର ମ୍ୟାଚ୍ ଜିତିବା ପରେ ବିଜେତା ଦଳ ସେମିଫାଇନାଲରେ ପ୍ରବେଶ କରିବେ । ଏହାପରେ ପୂର୍ବ ନିୟମ ଅନୁସାରେ ସେମିଫାଇନାଲ୍ ଓ ଫାଇନାଲ୍ ଖେଳାଯିବ । ଆଇସିସି ନୂଆ ଫର୍ମାଟରେ ଦର୍ଶକଙ୍କ ଉତ୍ସାହ ବଢିବ, ବ୍ରଡକାଷ୍ଟିଂ ଭାଲ୍ୟୁ ମଜବୁତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    70 %
    3kmh
    100 %
    Thu
    30 °
    Fri
    25 °
    Sat
    27 °
    Sun
    25 °
    Mon
    30 °

    ସମ୍ବନ୍ଧିତ