Wednesday, July 15, 2026
26.2 C
Odisha

    ଫିଫା ବିଶ୍ୱକପ୍ ଫାଇନାଲରେ ସ୍ପେନ, ୨-୦ ଗୋଲରେ ଫ୍ରାନ୍ସକୁ କଲା ପରାସ୍ତ

    ଆଗକୁ ପଢନ୍ତୁ

    ସ୍ପେନ୍ ସଂଯମ ଓ ନିୟନ୍ତ୍ରିତ ସେମିଫାଇନାଲ୍ ପ୍ରଦର୍ଶନ ସହ ଫ୍ରାନ୍ସକୁ ୨-୦ ଗୋଲ୍ ରେ ପରାସ୍ତ କରି ଫିଫା ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଦଳ ହୋଇପାରିଛି । ଦାଲାସ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସ୍ପେନ୍ ନିଜର ଚମତ୍କାର ରଣନୀତି ବଳରେ ଫ୍ରାନ୍ସର ତାରକା ଖେଳାଳିଙ୍କୁ କୌଣସି ସୁଯୋଗ ଦେଇନଥିଲା । ନିଜର ୧୯ତମ ଜନ୍ମଦିନର ଠିକ୍ ଗୋଟିଏ ଦିନ ପରେ, ଲାମିନ୍ ୟାମାଲ୍ ଙ୍କୁ ଫ୍ରାନ୍ସର ଲୁକାସ୍ ଡିଗ୍ନେ ବକ୍ସ ଭିତରେ ଫାଉଲ୍ କରିଥିଲେ । ଏହି ପେନାଲ୍ଟିକୁ ମିକେଲ୍ ଓୟାରଜାବାଲ୍ ଅତି ସୁନ୍ଦର ଭାବେ ଗୋଲ୍ ରେ ପରିଣତ କରି ସ୍ପେନ୍ କୁ ୧-୦ ରେ ଆଗୁଆ କରିଥିଲେ । ଦ୍ୱିତୀୟ ହାଫ୍ ରେ ସ୍ପେନ୍ ନିଜର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲା । ଫୁଲ୍ ବ୍ୟାକ୍ ପେଡ୍ରୋ ପୋରୋ, ଡାନି ଓଲ୍ ମୋଙ୍କ ସହ ଏକ ଚମତ୍କାର ଓ୍ୱାନ୍-ଟୁ ପାସ୍ ସହ ଫ୍ରାନ୍ସର ଡିଫେନ୍ସକୁ ଭେଦ କରି ଗୋଲ୍ ପୋଷ୍ଟର ନିକଟତମ କୋଣ ଦେଇ ବଲ୍ କୁ ଜାଲରେ ଭର୍ତ୍ତି କରିଥିଲେ । କିଲିଆନ୍ ଏମବାପେ, ଓସମାନେ ଡେମ୍ବେଲେ ଏବଂ ମାଇକେଲ୍ ଓଲିସେଙ୍କ ଭଳି ଫ୍ରାନ୍ସର ଷ୍ଟାର୍ ଆଟାକିଂ ଲାଇନ୍ କୁ ସ୍ପେନ୍ ର ରକ୍ଷଣଭାଗ ସମ୍ପୂର୍ଣ୍ଣ ଅଟକାଇ ରଖିଥିଲା । ରବିବାର ନ୍ୟୁୟର୍କ ନ୍ୟୁଜର୍ସି ଷ୍ଟାଡିୟମ୍ ରେ ହେବାକୁ ଥିବା ଗ୍ରାଣ୍ଡ ଫାଇନାଲ୍ ରେ ସ୍ପେନ୍ ପ୍ରବେଶ କରିଛି । ସେଠାରେ ସେମାନେ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ ର ବିଜେତାଙ୍କୁ ସାମ୍ନା କରିବେ । ଅପରପକ୍ଷରେ, ଫ୍ରାନ୍ସ ଶନିବାର ତୃତୀୟ ସ୍ଥାନ ପାଇଁ ହେବାକୁ ଥିବା ପ୍ଲେ-ଅଫ୍ ମ୍ୟାଚ୍ ଖେଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    87 %
    2.2kmh
    100 %
    Wed
    27 °
    Thu
    31 °
    Fri
    28 °
    Sat
    26 °
    Sun
    24 °

    ସମ୍ବନ୍ଧିତ