Tuesday, September 22, 2026
25.8 C
Odisha

    ଟି-୨୦ ବିଶ୍ୱକପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ୱେଷ୍ଟଇଣ୍ଡିଜକୁ ମିଳିଲା ଉତ୍ତର ପାକିସ୍ତାନରୁ ଧମକ

    ଆଗକୁ ପଢନ୍ତୁ

    ଟି-୨୦ ବିଶ୍ୱକପ୍‌ ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଆତଙ୍କୀ ଧମକ ମିଳିଛି। ଉତ୍ତର ପାକିସ୍ତାନରୁ ୱେଷ୍ଟଇଣ୍ଡିଜକୁ ଆତଙ୍କୀ ଧମକ ମିଳିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।ୱେଷ୍ଟଇଣ୍ଡିଜ ଏନେଇ ଦେଶବାସୀଙ୍କୁ ସୂଚନା ଦେବା ସହ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଥିବା କହିଛି। ଉୱେଷ୍ଟଇଣ୍ଡିଜ୍ ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ଯେ, ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ଘନିଷ୍ଠ ଯୋଗାଯୋଗରେ ଅଛୁ। କୌଣସି ପ୍ରକାର ଆକ୍ରମଣକୁ ଏଡାଇବା ପାଇଁ ଆମେ ସୁରକ୍ଷାକୁ କଡ଼ାକଡ଼ି କରିଛୁ।

    ସୂଚନା ଅନୁଯାୟୀ. ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍ ୧ରୁ ୨୯ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ୱେଷ୍ଟଇଣ୍ଡିଜର ଆଣ୍ଟିଗୁଆ ଏବଂ ବାରବୁଦା, ବାରବାଡୋସ୍, ଗୁୟାନା, ସେଣ୍ଟ ଲୁସିଆ, ଭିନ୍ସେଣ୍ଟ ଆଣ୍ଡ ଦି ଗ୍ରେନାଡାଇନ୍ସ, ଟ୍ରିନିଦାଦ ଏବଂ ଟୋବାଗୋରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ। ସେହିପରି ଆମେରିକାର ଫ୍ଲୋରିଡା, ନ୍ୟୁୟର୍କ ଏବଂ ଟେକ୍ସାସର ସହରଗୁଡିକରେ ମଧ୍ୟ ମ୍ୟାଚ୍ ଅଛି। ବାରବାଡୋସରେ ଫାଇନାଲ ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ ହୋଇଥିବା ବେଳେ ଟ୍ରିନିଦାଦ ଏବଂ ଗୁୟାନାରେ ଦୁଇଟି ସେମିଫାଇନାଲ ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    90 %
    2.4kmh
    100 %
    Tue
    26 °
    Wed
    26 °
    Thu
    25 °
    Fri
    28 °
    Sat
    26 °

    ସମ୍ବନ୍ଧିତ