Tuesday, March 17, 2026
25.4 C
Odisha

    ଟ୍ରାକ୍ଟର ଓଲଟି ବଡ଼ବାପା ମୃତ, ପୁତୁରା ଗୁରୁତର

    ଆଗକୁ ପଢନ୍ତୁ

    କେନ୍ଦୁଝର : ଟ୍ରାକ୍ଟର୍ ଓଲଟି ବଡ଼ବାପା ମୃତ ଏବଂ ପୁତୁରା ଗୁରୁତର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଢେଙ୍କା ପଞ୍ଚାୟତର ଝଣଝଣା ନିକଟରେ। ଗତକାଲି ବିଳମ୍ବିତ ରାତିରେ ମୋଟରଗାଡିଆର ବିଜୟ କୁମାର ନାଏକ ନିଜ ପୁତୁରା କ୍ଷୀରୋଦ କୁମାର ନାଏକଙ୍କ ସହ ଜମିରୁ ଚାଷ ସାରି ଫେରୁଥିବା ବେଳେ ଝଣଝଣା ନିକଟରେ ଟ୍ରାକ୍ଟର୍ ଓଲଟି ପଡ଼ିଥିଲା। ଫଳରେ ବିଜୟ ଏବଂ କ୍ଷୀରୋଦ ଟ୍ରାକ୍ଟର୍ ତଳେ ଚାପି ହୋଇ ରହିଥିଲେ।ସ୍ଥାନୀୟ ଲୋକେ ଉଦ୍ଧାର କରି ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ବିଜୟଙ୍କୁ ମୃତ ଘୋଷଣା କରିଥିଲେ। ପୁତୁରା କ୍ଷୀରୋଦକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    41 %
    2kmh
    100 %
    Mon
    24 °
    Tue
    36 °
    Wed
    36 °
    Thu
    35 °
    Fri
    34 °

    ସମ୍ବନ୍ଧିତ