Wednesday, April 29, 2026
29.9 C
Odisha

    ଠକ ପୋଷ୍ଟମାଷ୍ଟରଙ୍କୁ ଜେଲ ଦଣ୍ଡାଦେଶ, ୪ଟି ଦଫାରେ ୫ବର୍ଷ ଜେଲ

    ଆଗକୁ ପଢନ୍ତୁ

    ଆଳି : ଠକ ପୋଷ୍ଟମାଷ୍ଟରଙ୍କୁ ଜେଲ ଦଣ୍ଡାଦେଶ । ୪ଟି ଦଫାରେ ୫ବର୍ଷ ଜେଲ ଦଣ୍ଡାଦେଶ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବରୁଣା ଉପ-ଡାକଘରର ପୂର୍ବତନ ପୋଷ୍ଟ ମାଷ୍ଟର ଆଶିକ୍ କୁମାର ମାହାଲିଙ୍କୁ ୪ଟି ଦଫାରେ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଆଳି JMFC କୋର୍ଟ । ସେ ପୋଷ୍ଟ ମାଷ୍ଟର ଥିବା ସମୟରେ ଜମାକାରୀ ଝରଣା ସେନାପତିଙ୍କ ଟଙ୍କା ହଡ଼ପ କରିଥିଲେ ।

    ପ୍ରାୟ ୨୬ ହଜାର ଟଙ୍କା ଚଞ୍ଚକତା କରି ହଡ଼ପ କରିଥିବା ଡାକ ବିଭାଗରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାରକରି ଗତ ୨୦୨୫ ଡିସେମ୍ବର ୯ ତାରିଖରେ ପଟାମୁଣ୍ଡାଇ ପୋଷ୍ଟାଲ ସବ ଡିଭିଜନର ଇନିସପେକ୍ଟର ଅଂକୁର ନସ୍କାର ପୋଷ୍ଟମାଷ୍ଟରଙ୍କ ନାଁରେ ରାଜକନିକା ଥାନାରେ ଏତଲା ଦେଇଥିଲେ । ମାମଲାର ବିଚାର କରି ଆଜି ଆଳି JMFC କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.9 ° C
    29.9 °
    29.9 °
    36 %
    1kmh
    6 %
    Wed
    43 °
    Thu
    41 °
    Fri
    40 °
    Sat
    41 °
    Sun
    40 °

    ସମ୍ବନ୍ଧିତ