Wednesday, July 22, 2026
23.9 C
Odisha

    ତୁଳସୀଗଛ ବିଷୟରେ କିଛି ଅଜଣା ତଥ୍ୟ

    ଆଗକୁ ପଢନ୍ତୁ

    ତୁଳସୀ ଗଛକୁ ମାଆ ଲକ୍ଷ୍ମୀଙ୍କ ରୂପରେ ସମସ୍ତେ ମାନନ୍ତି। ଯେଉଁ ଘର ଅଗଣାରେ ତୁଳସୀ ଗଛ ରହିଥାଏ ସେହି ଘରେ ଯଦି କୌଣସି ପାରିବାରିକ ଓ ଅର୍ଥିକ ସମସ୍ୟା ଦେଖାଦେବାକୁ ଯାଉଥାଏ ତାହେଲେ ତୁଳସୀ ଗଛ କେତେକ ସଂକେତ ଦେଇଥାଏ । ଏଥିସହ ତୁଳସୀ ପତ୍ରର ବହୁ ଔଷଧିୟ ଗୁଣ ରହିଛି। ଦୈନନ୍ଦିନ ଜୀବନରେ ଏମିତି ଛୋଟ ମୋଟ ଥଣ୍ଡା, ଜ୍ବର ଭଳି ରୋଗରୁ ଏହି ପତ୍ର ମୁକ୍ତି ଦେଇଥାଏ।ହିନ୍ଦୁ ଧର୍ମରେ ଏମିତି କିଛି କଥା ରହିଛି ଯାହାକି ଲୋକମାନଙ୍କ ପାଖ‌ରେ ଅଜ୍ଞାତ ରହିଛି। ଲୋକମାନଙ୍କ ପାଖରେ ସେହି ଅଜଣା କଥା କହିଲେ, ସେମାନେ ଏହାକୁ ସହଜରେ ବିଶ୍ବାସ କରିନ୍ତି ନାହିଁ ବରଂ ଅନ୍ଧବିଶ୍ବାସ କହି ଆଡ଼େଇ ଦେଇଥାନ୍ତି। ଆଜି ଆମେ ତୁଳସୀ ପତ୍ର ସମ୍ବନ୍ଧୀୟ କିଛି ଅଜଣା କଥା ଆପଣମାନଙ୍କୁ କହିବାକୁ ଯାଉଛୁ। ଯାହାକି ହୁଏତ ଆପଣମାନେ ଜାଣିନଥିବେ।ତୁଳସୀ ପତ୍ର ରସ ପାନ କଲେ ବିଭିନ୍ନ ବଡ଼ ରୋଗ‌ରୁ ମଧ୍ୟ ତ୍ରାହି ମିଳିଥାଏ। ଏପରିକି ଯେଉଁ ଗୃହ‌ରେ ତୁଳସୀ ଗଛ ରହେ ସେହି ପରିବାର ସଦସ୍ୟାଙ୍କୁ କୌଣସି ରୋଗ ଜନିତ ସମସ୍ୟା ହୋଇ ନଥାଏ। ତୁଳସୀ ଗଛକୁ ନେଇ ବହୁ ଅଜଣା କଥା ରହିଛି। ଏହି ଗଛ ସହ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଇଥାଏ।

    ଏଥିପାଇଁ କୁହାଯାଏ, ଯେଉଁ ଗୃହରେ ତୁଳସୀ ଗଛ ରହିଛି। ସେହି ଘରେ ଅର୍ଥ ଅନଟନ ଓ ଦରିଦ୍ରତା ପାଖ ମାଡ଼ ମାଡ଼େ ନାହିଁ। ଏହି ପବିତ୍ର ଗଛର ଆଉ ଗୋଟେ ଲକ୍ଷଣ ରହିଛି। ଯଦି ପରିବାର ଉପରକୁ କିଛି ସଂଙ୍କଟ ଆସୁଛି,ତେବେ ଘରେ ଅଗଣାରେ ଥିବା ତୁଳସୀ ଗଛ ବିପଦର ସଙ୍କେତ ଦେଇଥାଏ। ଏହି ବିପଦରୁ ଟଳିବା ପାଇଁ ତୁଳସୀ ଗଛ ପୂଜା କରିବା ଆବଶ୍ୟକ ବୋଲି କିଛି ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଏହା କରିବା ଦ୍ବାରା ବିପଦ ମୁଣ୍ଡ ଉପରୁ ଟଳି ଯାଇଥାଏ।ଘର ଅଗଣାରେ ଥିବା ତୁଳସୀ ଗଛର ପତ୍ର ଯଦି ଅଚନାକ ଶୁଖିଯାଏ। ତେବେ ଆପଣଙ୍କ ପରିବାର ଉପରକୁ କିଛି ବିପଦ ଆସୁଛି ବୋଲି ନିଶ୍ଚିତ ହୋଇଯାଆନ୍ତୁ। ଏହି ବିପଦରୁ ମୁକ୍ତ ପାଇବା ପାଇଁ ସର୍ବପ୍ରଥମେ ଆପଣଙ୍କ ଇଷ୍ଟଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଗୃହରେ ଥିବା ତୁଳସୀ ଗଛ ମଧ୍ୟ ପୂଜା କରନ୍ତୁ। ଏହା କରିବା ଦ୍ବାରା ଆପଣ ପରିବାର ଉପରକୁ ଆସୁଥିବା ବିପଦ ବାଟ ଭାଙ୍ଗି ପଳେଇ ଯିବ। ଯଦି ଆପଣ ଘରେ ବାସ୍ତୁ ଜନିତ ସମସ୍ୟା ରହିଛି। ତେବେ ଘର ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାନ୍ତୁ। ଏହା କରିବା ଦ୍ବାରା ଘରର ବାସ୍ତୁ ସମସ୍ୟା ଦୂର ହେବା ସହ ଘରର ଆର୍ଥିକ ସମସ୍ୟାରେ ମଧ୍ୟ ଦୂର ହୋଇଥାଏ। ଯଦି ଆପଣ ପ୍ରତିଦିନ ତୁଳସୀ ଗଛ ପୂଜା କରନ୍ତି। ତେବେ ଆପଣ ସୁଖ ସମୃଦ୍ଧିରେ ଜୀବନଯାପନ କରିବା ସହ ଘର ଉପରକୁ ଆସୁଥିବା ବଡ଼ ବଡ଼ ସମସ୍ୟା ବାଟ ଭାଙ୍ଗି ଦୂରେଇ ଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    90 %
    2.4kmh
    100 %
    Wed
    24 °
    Thu
    28 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ