Wednesday, October 23, 2024
21.7 C
Odisha

    ତୃତୀୟ ଟି-୨୦: ୨୩ ରନରେ ଜିତିଲା ଟିମ୍ ଇଣ୍ଡିଆ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍‌ରେ ଭାରତ-ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ଆଜି ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ପରାଜିତ କରିଛି। ୧୮୩ ରନ୍‌ର ପିଛା କରି ଜିମ୍ବାୱେ ଦଳ ୨୦ ଓଭରରେ ୬ ୱି‌କେଟ ହରାଇ ୧୫୯ ରନ୍ କରିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆ ୪ ୱିକେଟ ହରାଇ ୧୮୨ ରନ୍ କରିଥିଲା। ଫଳରେ ଜିମ୍ବାଓେ ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ୍ ରହିଥିଲା। ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୧ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୧୩ ରନ୍ କରିଥିଲେ। ସେହିପରି ବ୍ରିୟାନ ବେନଫିଟ୍ ୪ ରନ୍, ଡିଅନ ମାୟର୍ସ ୬୫ ରନ୍, ସିକନ୍ଦର ରଜା ୧୫ ରନ୍ , ଜୋନାଥନ କ୍ୟାମ୍ପବେଲ ୧ ରନ୍ , କ୍ଲିଭ ମାଡାଣ୍ଡେ ୩୭ ରନ୍, ୱେଲିଙ୍ଗଟନ ମାସାକଡା ୧୮ ରନ୍ କରିଥିଲେ।ଟିମ୍ ଇଣ୍ଡିଆ ପକ୍ଷରୁ ଯଶସ୍ବୀ ଜୈୟସ୍ବାଲ ୩୬ ରନ୍ କରିଥିବାବେଳେ ଶୁଭମାନ ଗିଲ ରନ୍ ୬୬ କରିଥିଲେ। ସେହିପରି ଅଭିଷେକ ଶର୍ମା ୧୦ , ଋତୁରାଜ ଗାଇକୱାଡ ୪୯ , ସଞ୍ଜୁ ସାମସନ ୧୨ ଏବଂ ରିଙ୍କୁ ସିଂ ୧ ରନ୍ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ