Tuesday, May 26, 2026
45.1 C
Odisha

    ଦିଲ୍ଲୀରେ ବିଜେପି! ଆସିଲା ଆଉ୨ଟି ବୁଥ୍‌ ବାହୁଡ଼ା ମତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଏଥର ବିଜେପି କ୍ଷମତାକୁ ଫେରିବ ବୋଲି ଏକ୍‌ଜିଟ୍‌ ପୋଲ୍‌ ବା ବୁଥ୍‌ ବାହୁଡ଼ା ମତରୁ ଜାଣିବାକୁ ମିଳିିଛି। ତେବେ ଏହାକୁ ଅସ୍ବୀକାର କରିଛି ଶାସକ ଦଳ ଆପ୍‌। ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରୁ ଜଣାପଡ଼ିଛି କି ଜାତୀୟ ରାଜଧାନୀରେ ବିଧାନସଭା ନିର୍ବାଚନରେ ​​ବିଜେପି ବିପୁଳ ଭୋଟରେ ବିଜୟୀ ହେବ।ଯଦି ଏହି ଆକଳନ ସଫଳ ହୁଏ, ତେବେ ଆପ ଏବଂ ଏହାର ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ପାଇଁ ଏକ ବଡ଼ ଝଟକା ହେବ। ଯିଏକି ଗତ ବର୍ଷ ଦୁର୍ନୀତି ଅଭିଯୋଗ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

    ତଥାପି ବିଗତ ନିର୍ବାଚନଗୁଡ଼ିକରେ ଆମେ ଦେଖିଛନ୍ତି ଯେ ଏକଜିଟ୍ ପୋଲ ରିପୋର୍ଟ କେତେକାଂଶରେ ଠିକ୍‌ ହୋଇଥିଲେ ବି ପ୍ରାୟତଃ ଭୁଲ ହୋଇଥାଏ। ଟୁଡେଜ୍ ଚାଣକ୍ୟର ତଥ୍ୟ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ମେଣ୍ଟ ୫୧ଟି ଆସନ ଜିତିବ। ଯାହାକି ଆମ୍‌ ଆଦ୍‌ମୀ ପାର୍ଟି ବା ଆପ୍‌ଠାରୁ ଯଥେଷ୍ଟ ଅଧିକ। ସେଇଭଳି ସିଏନ୍‌ଏକ୍ସର ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ବି ବିଜେପି ସପକ୍ଷରେ ମତ ଦେଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦିଲ୍ଲୀରେ ସରକାର ଗଠନ କରିବା ପାଇଁ ଗୋଟିଏ ଦଳକୁ ୩୬ଟି ଆସନ ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    45.1 ° C
    45.1 °
    45.1 °
    11 %
    3.3kmh
    10 %
    Tue
    42 °
    Wed
    45 °
    Thu
    46 °
    Fri
    45 °
    Sat
    42 °

    ସମ୍ବନ୍ଧିତ