Sunday, October 4, 2026
29.6 C
Odisha

    ପ୍ରତିଶ୍ରୁତି ରଖିଲେ ପ୍ରଧାନମନ୍ତ୍ରୀ: କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରତିଶ୍ରୁତି ରଖିଛନ୍ତି। ତାଙ୍କର ପ୍ରତିଶ୍ରୁତି ଅନୁସାରେ କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି। ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା ଜାରି ହୋଇଛି। ଆଜି ରାଜ୍ୟସଭାରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ସୂଚନା ଦେଇଛନ୍ତି।

    କଟକ ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦିଆଯିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ସେଥିପାଇଁ ବିଭିନ୍ନ ଜାତୀୟସ୍ତର‌ କାର୍ଯ୍ୟକ୍ରମରେ ଏ ନେଇ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।  ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦେବାକୁ ପ୍ରଶାସନିକସ୍ତରରେ କମିଟି ଗଠନ କରାଯାଇଛି। ଗତବର୍ଷ କଟକ ବାଲିଯାତ୍ରାରେ ୧୪ଟି ଦେଶର ରାଷ୍ଟ୍ରଦୂତ ଓ ସେମାନଙ୍କ ପ୍ରତିନିଧି ବାଲିଯାତ୍ରାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ।

    ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ କଟକର ଐତିହାସିକ ବାଲିଯାତ୍ରା ସଂପର୍କରେ କହିଥିବା ବେଳେ ନିକଟରେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ବି ପ୍ରଧାନମନ୍ତ୍ରୀ ଯୋଗଦେଇ ବାଲିଯାତ୍ରା କଥା କହିବା ସହ ବାଲିଯାତ୍ରା ଦିବସ ପାଳନ ଉପରେ ଗୁରୁତ୍ବାରୋପ କରିଥିଲେ। ଆମ ବୈଷୟିକ କୌଶଳ ସେଭଳି ଉନ୍ନତ ନଥିବା ସମୟରେ ଦୁଃସାହିକ ସମୁଦ୍ର ଯାତ୍ରା କରି ଓଡ଼ିଆ ସାଧବ ପୁଅ ଇଣ୍ଡୋନେସିଆ, ଜାଭା, ସୁମାତ୍ରାକୁ ଯାଇ ନୌବାଣିଜ୍ୟ ସଂପର୍କ ରଖିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ମହାନଦୀ ତଟରେ ଆୟୋଜନ ହେଉଥିବା ବାଲିଯାତ୍ରା ସଂପର୍କରେ ବର୍ଣ୍ଣନା କରିଥିଲେ। ଗତବର୍ଷ ବାଲିଯାତ୍ରାରେ ଯେଉଁ ସ୍ମରଣିକା ପ୍ରକାଶ ପାଇଥିଲା। ସେଥିରେ ପ୍ରଧାନମନ୍ତ୍ରୀ ବାଲିଠାରେ କଟକ ବାଲିଯାତ୍ରା ସଂପର୍କରେ ଦେଇଥିବା ଅଭିଭାଷଣକୁ ସ୍ଥାନ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ