Tuesday, September 8, 2026
26.4 C
Odisha

    ଦେବଜିତ୍ ସାଇକିଆ ବିସିସିଆଇର ନୂଆ ସଚିବ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଜୟ ଶାହା ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜୟ ଶାହା ବିସିସିଆଇ ସମ୍ପାଦକ ଥିବା ସମୟରେ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ। ତେବେ ସେ ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିସିସିଆଇର ସଚିବ ପଦ ଖାଲି ଥିଲା। ଏବେ ବିସିସିଆଇ ଏହି ପଦ ପାଇଁ ଜଣେ ଅଭିଜ୍ଞଙ୍କୁ ଚୟନ କରିଛି। ଜୟ ଶାହାଙ୍କ ସ୍ଥାନରେ ଆସାମର ପୂର୍ବତନ କ୍ରିକେଟର ଦେବଜିତ୍ ସାଇକିଆଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂତନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।ରବିବାର ବିସିସିଆଇର ଏକ ସ୍ୱତନ୍ତ୍ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ନୂଆ ସମ୍ପାଦକ ଚୟନ କରାଯାଇଥିଲା। ଏହି ବୈଠକରେ ପ୍ରଭତେଜ ସିଂ ଭାଟିଆ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉଭୟଙ୍କୁ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ମନୋନୀତ କରାଯାଇଥିଲା। ଜୟ ଶାହା ଆଇସିସି ଅଧ୍ୟକ୍ଷ ହେବା ପରେ ସାଇକିଆଙ୍କୁ ବିସିସିଆଇର କାର୍ଯ୍ୟକାରୀ ସଚିବ ଭାବେ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନର ବିସିସିଆଇ ସଭାପତି ରୋଜର ବିନ୍ନି ତାଙ୍କ କ୍ଷମତାର ବ୍ୟବହାର କରି ସାଇକିଆଙ୍କୁ ସଚିବ ପଦ ପ୍ରଦାନ କରିଛନ୍ତି।
    ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ଭାବେ ସାଇକିଆ ୧୯୯୦ରୁ ୧୯୯୧ ମଧ୍ୟରେ ୪ଟି ମ୍ୟାଚ୍ ଖେଳି ୱିକେଟରକ୍ଷକ ଦାୟିତ୍ୱ ତୁଲାଇଥିଲେ। ଯଦିଓ ତାଙ୍କ କ୍ରିକେଟ୍ କ୍ୟାରିୟର ଅପେକ୍ଷାକୃତ ଛୋଟ ଥିଲା, ତଥାପି ସେ ୫୩ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ଏବଂ ଓ୍ବିକେଟ ପଛରେ ୯ ଟି ଆଉଟ୍ କରିବାରେ ସଫଳ ହୋଇଥିଲେ। ସେ ମଧ୍ୟ ଜଣେ ସଫଳ ଆଇନଜୀବୀ ଭାବେ ପରିଚିତ । ସେ ଆସାମର ଆଡଭୋକେଟ ଜେନେରାଲ ମଧ୍ୟ ରହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    88 %
    1kmh
    91 %
    Tue
    27 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ